ଆସିଲା ସାଂଘାତିକ ତଥ୍ୟ, ସମୟ ପୂର୍ବରୁ ମୃତ୍ୟୁକୁ ଡାକି ଆଣେ ଏସବୁ ଖାଦ୍ୟର ଅଧିକ ସେବନ, ଆଜିଠୁ ଖାଇବା ଛାଡ଼ନ୍ତୁ

 
ଖାଦ୍ୟ ହେଉଛି ଶରୀରର ଇନ୍ଧନ । ଯେପରି ଗାଡ଼ିରେ ଭେଜାଲ୍ ଇନ୍ଧନ ପକାଇବା ଦ୍ୱାରା ଏହାର ଯନ୍ତ୍ରପାତି ଖରାପ୍ ହୋଇ ଯାଇଥାଏ ଠିକ୍ ସେହିପରି ଯଦି ଆମେ ମିଶ୍ରିତ ବା ଭେଜାଲ ଖାଦ୍ୟ ଖାଇବା ଆମ ଶରୀର ଭିତରେ ଥିବା ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ମଧ୍ୟ ଖୁବ୍ କମ୍ ଦିନରେ ରୋଗାଗ୍ରସ୍ତ ହୋଇଯିବେ । ତେଣୁ କରି ଖାଦ୍ୟ ଖାଇବା ପୂର୍ବରୁ ଆପଣ କେଉଁ ପ୍ରକାରର ଖାଦ୍ୟ ଖାଉଛନ୍ତି ଏବଂ ଏହା ଦ୍ବାରା ଶରୀରର ଭଲ ହେବ କି ଖରାପ୍ ହେବ ଏହା ଥରେ ଭାବି ନିଅନ୍ତୁ ।

କଣ ଆପଣ ଜାଣନ୍ତି ବର୍ତ୍ତମାନ ଏପରି କିଛି ଖାଦ୍ୟ ମିଳୁଛି ଯାହା କେବଳ ନାମକୁ ମାତ୍ର ହିଁ ଖାଦ୍ୟ । ବାସ୍ତବରେ ଏହା କୌଣସି ବିଷ ଠାରୁ ବି କମ୍ ନୁହେଁ । ଯାହା ଆମ ଅଜାଣତରେ ଆମ ଶରୀର ଭିତରେ ବହୁ ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ତେବେ ଖାଦ୍ୟର କେବଳ ଗୋଟିଏ ହିଁ ଅର୍ଥ ରହିଛି ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଶରୀର ବୃଦ୍ଧିରେ ସହାୟକ ହୋଇଥାଏ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହେଲେ ଆମେ ବେଳେ ବେଳେ ଖାଦ୍ୟ କେବଳ ପାଟିର ସ୍ବାଦ ପୂରଣ ପାଇଁ ଖାଇଥାଏ । ଯାହା ଆମକୁ ପରବର୍ତ୍ତୀ ସମୟରେ ମୃତ୍ୟୁ ମୁଖକୁ ଟାଣି ନେଇଥାଏ । ତେବେ ଆମେ ଆପଣଙ୍କୁ ଆଜି ଏପରି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଖାଇବା ଦ୍ଵାରା ଆପଣଙ୍କ ଜୀବନ ଯିବା ସହିତ ଆପଣ ଅନେକ ରୋଗର ଶିକାର ହୋଇ ପାରନ୍ତି ।

ଅଧିକ ମିଠା ବା ଲୁଣିଆ : ଯେଉଁ ଖାଦ୍ୟ ଗୁଡିକରେ ଅଧିକ ମିଠା ବା ଅଧିକ ଲୁଣ ରହିଥାଏ ତାହା ଶରୀର ପ୍ରତି ଆଦୌ ଭଲ ନୁହେଁ । ଯେପରିକି ଚିପ୍ସ , କୋଲ୍ଡ ଡ୍ରିଙ୍କସ , ବିଭିନ୍ନ ପ୍ରକାରର ସ୍ନାକ୍ସ ଆଇଟମ ।

କଲରିଂ ଖାଦ୍ୟ : ଆଖିକୁ ସୁନ୍ଦର୍ ଦେଖାଯିବା ପାଇଁ ମାର୍କେଟ ରେ ବର୍ତ୍ତମାନ ଖାଦ୍ୟ ପଦାର୍ଥରେ ବିଭିନ୍ନ ରଙ୍ଗ ମିଶାଯାଇ ବିକ୍ରି କରା ଯାଉଛି । ଏହି ରଙ୍ଗ ଗୁଡ଼ିକ ବିଷାକ୍ତ ରାସାୟନିକ ପଦାର୍ଥରୁ ତିଆରି , ଯାହା ଶରୀରରେ ପାକସ୍ଥଳୀ ତଥା ଯକୃତ ଓ ଅଗ୍ନାଶୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ ।