ରାତିରେ କାହିଁକି ମଶାଣି ଯାଆନ୍ତି ସଦଗୁରୁ, ଜଳନ୍ତା ଚିତାରୁ ଆଣନ୍ତି ହାଡ଼, ଏମିତି କରିବା ପଛର କାରଣ ଜାଣି ହେବେ ତାଜୁବ୍

 

ସଦ୍ ଗୁରୁ ବାବାଙ୍କୁ କିଏ ବା ନ ଜାଣେ । ସଦ୍ ଗୁରୁ ଜାଗି ବାସୁଦେବ ନିଜର ଅଦ୍ଭୁତ ଜ୍ଞାନ ଶୈଳୀ ପାଇଁ ସମସ୍ତଙ୍କ ନିକଟରେ ବେଶ୍ ପରିଚିତ । ହେଲେ ବାବାଙ୍କ ବିଷୟରେ ଏପରି କିଛି ତଥ୍ୟ ରହିଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲୋକେ ଜାଣି ନାହାନ୍ତି । ଯେପରି ଜଣେ ସାଧୁ ସନ୍ଥ କିମ୍ବା ମହାପୁରୁଷ ରାତା ରାତି ମହାନ୍ ପାଲଟି ନ ଥାଆନ୍ତି , ବରଂ ତାଙ୍କର ପିଲା ଦିନର କିଛି ନିଆରା ଅଭ୍ୟାସ ତାଙ୍କୁ ସମୟ କ୍ରମେ ମହାନ୍ ବନାଇ ଥାଏ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏପରି କିଛି ପିଲା ଦିନରୁ ଅଦ୍ଭୁତ ଅଭ୍ୟାସ ଦେଖିବାକୁ ମିଳିଥିଲା ସଦଗୁରୁ ବାବାଙ୍କ ଠାରେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତାଙ୍କର ଏହି ଅଭ୍ୟାସ ବିଷୟରେ ତାଙ୍କର ପରିବାର ଲୋକେ ମଧ୍ୟ କେହି ଜାଣି ନ ଥିଲେ । ବାବାଙ୍କର ଏହି ଅଦ୍ଭୁତ ଅଭ୍ୟାସ ବିଷୟରେ ପେଙ୍ଗୁଇନ୍ ଦ୍ୱାରା ପ୍ରକାଶିତ ସଦଗୁରୁ ଙ୍କ ଜୀବନୀ ଯୁଗନ୍ ଯୁଗ ଯୋଗୀ ରେ ଅରୁନ୍ଧତୀ ସୁବ୍ରମଣ୍ୟମ ଲେଖିଛନ୍ତି ।

ସେ ଲେଖିଛନ୍ତି ଯେ ବାବା ମଧ୍ୟ ରାତ୍ରିରେ ଶ୍ମଶାନ କୁ ଯାଉଥିଲେ ଏବଂ ଅନେକ ସମୟ ଧରି ସେଠାରେ ସମୟ ବିତାଉଥିଲେ । ସେ ହିନ୍ଦୁ ହେଉ କିମ୍ବା ଖ୍ରୀଷ୍ଟିୟାନ ସମସ୍ତଙ୍କ ଶବ ଦାହ ପଦ୍ଧତିକୁ ବହୁ ନିରୀକ୍ଷଣ କରୁଥିଲେ । ଶ୍ମଶାନରେ ଉପସ୍ଥିତ ରହି ଘଣ୍ଟା ଘଣ୍ଟା ଧରି ସେ ଶବକୁ ଚାହିଁ ରହୁଥିଲେ । 

ଆହୁରି ମଧ୍ୟ ଲେଖିଛନ୍ତି କି ସଦ୍ ଗୁରୁଙ୍କର ଆତ୍ମାକୁ ନେଇ ଛୋଟ ବେଳୁ ଅନେକ ଆଗ୍ରହ ରହିଥିଲା । ସେ ସବୁ ସମୟରେ ମନେ ମନେ ଅନେକ ପ୍ରଶ୍ନର ଉତ୍ତର ଖୋଜୁଥିଲେ । ମୃତ୍ୟୁ କିପରି ହୁଏ , କାହିଁକି ହୁଏ , ମୃତ୍ୟୁ ପରେ ମନୁଷ୍ୟ ର ଆତ୍ମା କୁଆଡେ ଯାଏ , କଣ କରେ ଏପରି ଅନେକ କିଛି । 

ସଦ ଗୁରୁ ବିଦ୍ୟାଳୟରେ ପଢୁଥିବା ସମୟରେ ଏପରି କିଛି ଘଟଣା ଘଟିଥିଲା ଯାହା ତାଙ୍କ ମନରେ ଏ ସବୁକୁ ନେଇ ଅଧିକ ଆଗ୍ରହ ବଢ଼େଇଥିଲା । ଦଶହରା ଛୁଟି ସମୟରେ ସଦ ଗୁରୁଙ୍କ କକ୍ଷ ରେ ପଢୁଥିବା ସୁଖରିତା ନାମକ ଏକ ଝିଅର ମୃତ୍ୟୁ ଘଟିଥିଲା । ହେଲେ ଏ ବିଷୟରେ ସଦଗୁରୁ ଓ ଅନ୍ୟ ମାନେ ମଧ୍ୟ କେହି ଜାଣି ନ ଥିଲେ । 

ସ୍କୁଲ୍ ଖୋଲିବା ପରେ ସଦ୍ ଗୁରୁ ଓ ତାଙ୍କ ସାଙ୍ଗ ମାନେ ସେହି ଝିଅଟି ଅନୁପସ୍ଥିତ ହେତୁ ତାଙ୍କ ସ୍ଵରରେ ଉପସ୍ଥାନ ପକାନ୍ତି । ଦୀର୍ଘ କୋଡ଼ିଏ ଦିନ ପରେ ସେମାନେ ଜାଣିବାକୁ ପାଇଲେ ଯେ ସେ ଝିଅଟିର ମୃତ୍ୟୁ ଘଟିଛି । ଯାହା ପରେ ସଦ୍ ଗୁରୁ ଙ୍କ ମନ ବିଚଳିତ ହୋଇ ଉଠିଥିଲା । ସେ ଜାଣିବାକୁ ଚାହିଁଥିଲେ ସେ ଝିଅଟି କୁଆଡେ ଗଲେ ଏବଂ ମୃତ୍ୟୁ ପରେ ତାଙ୍କ ସହିତ କଣ ହେଲା । ଏ କଥା ଜାଣିବା ପାଇଁ ସେ ଅନେକ ଗୁଡ଼ିଏ ଔଷଧ ଏକା ସାଙ୍ଗରେ ଖାଇ ଦେଇଥିଲେ । ଏବଂ ତିନି ଦିନ ପରେ ତାଙ୍କର ଚେତା ଫେରିଥିଲା ।