ଦେଖନ୍ତୁ ଭିଡ଼ିଓ: ବଡ ଭଉଣୀ ବାହାଘର ବେଳେ ଏମିତି ହେଲା ଯେ ହଠାତ ଚାଲିଗଲା ସାନ ଭଉଣୀର ଜୀବନ

 

ଏକା ସାଙ୍ଗରେ ଉଠିଲା ସବାରୀ ଓ କୋକେଇ ! ବଡ ଭଉଣୀର ବାହାଘର ରେ ଚାଲିଗଲା ସାନ ଭଉଣୀର ଜୀବନ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବକୁ ମିଳିଛି ଉତ୍ତରପ୍ରଦେଶର ମିରଟ ସହରରେ । ଯାହା ଏବେ ସେହି ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବଡ ଭଉଣୀର ଥିଲା ବାହାଘର । ଆଉ କିଛି ସମୟ ପରେ ବର ଆସିଥାନ୍ତା । କେତେ ଖୁସି ଥିଲେ ବନ୍ଧୁ ବାନ୍ଧବ ଓ ପରିବାର ଲୋକେ । ସବୁଠାରୁ ତ ବେଶୀ ଖୁସି ଥିଲେ ସାନ ଭଉଣୀ ରିମଶା ।

ଭଉଣୀ ରିମଶା ଅନ୍ୟ ମାନଙ୍କ ସହ ମିଶି ନାଚୁଥାଏ । ମାତ୍ର କ୍ଷଣିକ ମଧ୍ୟରେ ଏଭଳି ଘଟିଯିବ କିଏ ଜାଣିଥିଲା । ବର ଆସିବା ପୂର୍ବରୁ ହିଁ ଘଟି ଯାଇଥିଲା ଏମିତି କିଛି ।

<a href=https://youtube.com/embed/K8RZSJAsw_g?autoplay=1&mute=1><img src=https://img.youtube.com/vi/K8RZSJAsw_g/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ରିମଶା ନାଚୁଥିବା ବେଳେ ହଠାତ୍ ତଳେ ପଡି ଯାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘର ଲୋକେ ଆମ୍ବୁଲାନ୍ସ ଡକାଇ ତାଙ୍କୁ ମେଡିକାଲ ନେଇ ଯାଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ ।