ପୃଥିବୀରୁ ଲୋପ ପାଇଯିବ ପୁରୁଷ ଜାତି! ହ୍ରାସ ପାଉଛି Y କ୍ରୋମୋଜୋମ୍, ରିସର୍ଚ୍ଚରୁ ଖୁଲାସା, ଜାଣନ୍ତୁ ପୁରା ଖବର

 

ଆମେ ଅନେକ ସମୟରେ ପଶୁପକ୍ଷୀଙ୍କ ଜାତି ଲୋପ ହେବା କଥା ଶୁଣିଛେ। ପରିବେଶ ତଥା ପରିସଂସ୍ଥାରେ ଏବେ ଏତେ ତୀବ୍ର ପ୍ରତିକ୍ରିୟା ଦେଖା ଦେଉଛି ଯେ ଯାହା ମଣିଷ ଲୋପର ମଧ୍ୟ କାରଣ ସାଜିଛି।କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ହେବାକୁ ଯାଉଛି। ଯାହା ଆମେ ନୁହେଁ ବରଂ ଗବେଷଣା କହୁଛି। ଗବେଷଣାରୁ ଜଣାପଡିଛି ଯେ ଆଗାମୀ ଦିନ ମାନଙ୍କରେ ପୁରୁଷ ଜାତି ଲୁପ୍ତ ହେବାକୁ ଯାଉଛି।

କଥାଟିକୁ ହଜମ କରିବା ସହଜ ନ ଲାଗୁଥିଲେ ମଧ୍ୟ ଏହା ପଛରେ ରହିଛି ଠୋସ କାରଣ।ଚାଲନ୍ତୁ ଜାଣିବା ସେହି କାରଣ ଗୁଡିକ ଯେଉଁଥିପାଇଁ କେବଳ ପୁରୁଷ ନୁହେଁ କେତେକ ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ବିପଦପୂର୍ଣ୍ଣ।

ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ ପୁରୁଷ ସମେତ ସ୍ତନ୍ୟପାୟୀ ଜୀବଙ୍କ ମଧ୍ୟରେ Y- କ୍ରୋମୋଜୋମ ସମାପ୍ତ ହେବାରେ ଲାଗିଛି,ଯାହା ଫଳରେ ଆଉ ଜନ୍ମ ନ ହୋଇପାରନ୍ତି ପୁଅ।ଏବେ ଆଗାମୀ ପିଢ଼ିକୁ ନେଇ ଚିନ୍ତିତ ସମଗ୍ର ବିଶ୍ଵ।

ଆସନ୍ତୁ ଜାଣିବା ପୁଅ ସନ୍ତାନ କିପରି ଜନ୍ମ ଲାଭ କରିଥାଏ?

ଶିଶୁର ବାୟୋଲୋଜିକାଲ ସେକ୍ସ (ପୁଅ କିମ୍ୱା ଝିଅ) ପୁରୁଷ କ୍ରୋମୋଜୋମ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ।ପୁରୁଷ ମାନଙ୍କର XY ସେକ୍ସ କ୍ରୋମୋଜୋମ ଥିବା ବେଳେ ମହିଳା ମାନଙ୍କର XX ସେକ୍ସ କ୍ରୋମୋଜୋମ ଥାଏ।ପୁରୁଷ କ୍ରୋମୋଜୋମରୁ X କିମ୍ବା Y ଆସିପାରେ, ମାତ୍ର ମହିଳା ଠାରେ ଦୁଇଟି ଯାକ XX କ୍ରୋମୋଜୋମ ଥିବାରୁ ସେ ଯେ କୌଣସି ଗୋଟିଏ X ସେକ୍ସ ପ୍ରଦାନ କରିଥାଏ।ଗୋଟିଏ ପୁଅ ଶିଶୁ ସେତେବେଳେ ଜନ୍ମ ନେଇଥାଏ ଯେତେବେଳେ ପୁରୁଷ କ୍ରୋମୋଜୋମରୁ Y ସେକ୍ସ ଆସିଥାଏ ଏବଂ ଦୁହିଁଙ୍କ ମଧ୍ୟରେ କେବଳ X କ୍ରୋମୋଜମର ମିଳନ ହେଲେ ଝିଅ ସନ୍ତାନ ଜନ୍ମ ନିଏ।

ମାତ୍ର ଦେଖାଦେଇଛି ଯେ ଏହି y କ୍ରୋମୋଜୋମ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି,ଯାହା ପୁରୁଷ ଜାତି ଲୋପର ମୁଖ୍ୟ କାରଣ ପୁରୁଷକୁ ବଞ୍ଚାଇ ରଖିବା ପାଇଁ ଏକ ନୂତନ ଜିନ ସୃଷ୍ଟି କରିବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି। ମାତ୍ର Y କ୍ରୋମୋଜମ କମିବା ପଛର କାରଣ ଜଣା ପଡିନାହିଁ, ତାହା ଉପରେ ଏବେ ମଧ୍ୟ ଗବେଷଣା ଚାଲିଛି।