ଏହି ବିଶାଳ ମଇଁଷି ଦାମ୍ ୯ କୋଟି, ଭାରତରେ ୨୦ ଲକ୍ଷ ମଇଁଷିକୁ ଜନ୍ମ ଦେଇଛି ଯୁବରାଜ, ସ୍ପର୍ମର ମୂଲ୍ୟ ଲକ୍ଷେ, ଜାଣନ୍ତୁ ପୁରା ଖବର

 
ଯୁବରାଜର ମୂଲ୍ୟ ପାଖା ପାଖି ୯ କୋଟି ଟଙ୍କା ! ଆପଣ କଣ ଭାବୁଛନ୍ତି ଆମ ଏଠାରେ କାହା କଥା କହୁଥିବୁ । ଏ ଯୁବରାଜ ପୁଣି କିଏ ଯାହାର ମୂଲ୍ୟ ଏତେ ଟଙ୍କା । ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯୁବରାଜ କୌଣସି ବ୍ୟକ୍ତି , ଗାଡ଼ି କି ବ୍ରାଣ୍ଡ ର ନାମ ନୁହେଁ । ଯୁବରାଜ ହେଉଛି ବିଶ୍ଵ ପ୍ରସିଦ୍ଧ ହରିୟାଣାର ଏକ ମଇଁଷି ଷଣ୍ଢ । 

ଯାହାର ବର୍ଷକୁ ପାଖା ପାଖି ଆୟ ହେଉଛି ୫୦ ଲକ୍ଷ ରୁ ପ୍ରାୟ କୋଟିଏ ଟଙ୍କା । ଭୁବନେଶ୍ବରରେ ହେଉଥିବା ମତ୍ସ୍ ପ୍ରାଣୀ ସମାବେଶର ମୁଖ୍ୟ ଆକର୍ଷଣ ପାଲଟି ଥିଲା ଯୁବରାଜ । ଯୁବରାଜର ମାଲିକଙ୍କ ନାମ ହେଉଛି କର୍ମବୀର ସିଂହ । ଯେ କି ଯୁବରାଜଙ୍କୁ ନିଜର ପିଲା ଭଳି ଲାଳନ ପାଳନ କରନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଯୁବରାଜ ପିଛାରେ ମାସକୁ ପ୍ରାୟ ୧୦,୦୦୦ ଟଙ୍କା ଖର୍ଚ ହୋଇଥାଏ । ସେ ପ୍ରତିଦିନ ୨୦ ଲିଟର କ୍ଷୀର ଓ ୧୨ କେଜିର ପରିବା ଖାଇଥାଏ । ଯୁବରାଜ ପାଇଁ ଏକ ବ୍ୟକ୍ତିଗତ ଡାକ୍ତର ମଧ୍ୟ ରହିଛି ।

ଯୁବରାଜ ଏକ ମୁରା ପ୍ରଜାତିର ମଇଁଷି । ଯାହାର ଲମ୍ବ ୯ ଫୁଟ ରହିଥିବା ବେଳେ ଉଚ୍ଚତା ୫ ଫୁଟ ୯ ଇଞ୍ଚ ରହିଛି ଓ ଓଜନ ପ୍ରାୟ ୧୫୦୦ କିଲୋଗ୍ରାମ ରହିଛି ।

ଯୁବରାଜର ବିଶାଳକାୟ ଶରୀର ଯୋଗୁଁ ଏହାର ଶୁକ୍ରାଣୁ ମାର୍କେଟରେ ସବୁଠାରୁ ଅଧିକ ଚାହିଦା ଲାଭ କରିଛି। ଯୁବରାଜଠାରୁ ଗୋଟିଏଥର ଶୁକ୍ରାଣୁ ବାହାର କଲେ ୫ଶହ ଡୋଜ୍‌ ଶୁକ୍ରାଣୁ ପ୍ରସ୍ତୁତ କରାଯାଏ। ପ୍ରତି ଡୋଜର ମୂଲ୍ୟ ୩ଶହ ଟଙ୍କାରେ ବିକ୍ରି କରାଯାଏ। ବର୍ତ୍ତମାନ ସୁଦ୍ଧା ଯୁବରାଜର ଶୁକ୍ରାଣୁରୁ ପାଖାପାଖି ଦେଢ ଲକ୍ଷ ମଇଁଷି ଛୁଆ ଜନ୍ମ ନେଇ ସାରିଲେଣି। ଯୁବରାଜର ଶୁକ୍ରାଣୁରେ ଜନ୍ମ ହେଉଥିବା ମଇଁଷି ଛୁଆଗୁଡ଼ିକ ହୃଷ୍ଟପୁଷ୍ଟ ହୋଇଥା'ନ୍ତି। ଏହାସହ ପରବର୍ତ୍ତୀ ସମୟରେ ବଡ଼ ହୋଇ ଅଧିକ ଦୁଗ୍ଧ ଦେଇଥାନ୍ତି।