ଆଶ୍ଚର୍ଯ୍ୟ ହୋଇଗଲେ ପରିବାର, ବାହା ହେଉ ନଥିଲା ଝିଅ...ପହଞ୍ଚିଗଲେ ୨୦-୩୦ ଯବାନ୍ ଆଉ ତା ପରେ... ଜାଣନ୍ତୁ ପୁରା ଘଟଣା
ବାପା ଭାଇ ହୋଇ ଝିଅକୁ ବାହା ଦେଲେ ବିର ଯବାନ ମାନେ ! ହଁ ଆଜ୍ଞା , କଥା ଯେତେବେଳେ ଭାରତୀୟ ଯବାନ ମାନଙ୍କର ଉଠେ , ସେତେବେଳ ଛାତି ଗର୍ବରେ ଫୁଲି ଉଠେ । କାରଣ ଭାରତୀୟ ଯବାନ ମାନେ ଯେ କେବଳ ତାଙ୍କ କର୍ତ୍ତବ୍ୟ ବା ଦେଶ ପାଇଁ ପରିଚିତ ତାହା ନୁହେଁ ବରଂ ନିଜର ଶ୍ରେଷ୍ଠ ମାନବୀୟ ଗୁଣ ପାଇଁ ମଧ୍ୟ ସେମାନେ ପ୍ରଶଂସିତ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା ରାଜସ୍ଥାନ ର ଅଳ୍ପଧାରେ । ସେଠାକାର ବାସିନ୍ଦା ଅଟନ୍ତି ରାଜେଶ ମୀନା । ରାଜେଶ ଜଣେ ସିଆରପିଏଫ୍ ଯବାନ ଥିବା ବେଳେ ୨୦୧୦ରେ ସେ ସହିଦ ହୋଇ ଯାଇଥିଲେ ।
ମାତ୍ର ତାଙ୍କର ଝିଅ ବାହାଘର ଥିଲା । ଝିଅ ମନ କିନ୍ତୁ ବାହାଘରରେ ଖୁସି ନ ଥାଏ । ଝିଅ ମନେ ମନେ ଖୋଜୁଥାଏ ବାପାକୁ । ଏହି ସମୟରେ ଘଟିଥିଲା ଏପରି କିଛି । ବାପା ଭାଇ ସାଜି ରୀତି ନୀତି ଅନୁସାରେ ଝିଅର ବାହାଘର କରିଥିଲେ ।
୩୦ ରୁ ୪୦ ଯବାନ ଏକା ସାଙ୍ଗରେ ପହଞ୍ଚିଥିଲେ ଝିଅର ବାହାଘରରେ । ଏହା ସହିତ ଝିଅକୁ ବିଭିନ୍ନ ଉପହାର ଦେଇଥିଲେ । ଏବଂ ନଗଦ ଝିଅ ହାତକୁ ଦେଢ଼ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।