-୨୦ ଡିଗ୍ରୀ ତାପମାତ୍ରାରେ ରାତିଦିନ କରୁଛନ୍ତି ତପସ୍ୟା, ଦେହସାରା ଜମିଗଲାଣି ବରଫ, ଜାଣନ୍ତୁ କିଏ ଏହି ବାବା କାହିଁକି ବରଫରେ ବସିଛନ୍ତି 

 
କୁହାଯାଏ ଖୋଜିଲେ ଭଗବାନ୍ ବି ମିଳନ୍ତି । ହେଲେ ସେ ଖୋଜିବା କାର୍ଯ୍ୟକୁ ଯେ କେତେକ ନିଷ୍ଠା ଓ ତ୍ୟାଗର ସହ କରିବାକୁ ପଡେ ତାହା ହୁଏ ତ ଆମେ ଅନେକ ସମୟରେ ଭାବି ନ ଥାଏ । ତେବେ ନିକଟରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳିଥିଲା ଯାହା ଦେଖିଲେ ହୁଏ ତ ଆପଣ ଖୋଜିବାର ଅର୍ଥ ଊଣା ଅଧିକେ ବୁଝିଯିବେ । 

ଶୀତ ଦିନ । ଯେଉଁ ଦିନରେ କି ଆମେ ମାନେ ବେଳେ ବେଳେ ଗାଧୋଇବା ପାଇଁ ଚିନ୍ତାରେ ପଡି ଯାଇଥାଏ । ହେଲେ ଥରେ ଭାବି ଦେଖିଲେ ସେହି ଭଳି ପାଖା ପାଖି -୩୦ ଡିଗ୍ରୀ ତାପମାତ୍ରାରେ ଆପଣଙ୍କୁ ଯଦି ଖାଲି ଦେହରେ ବସି ତପସ୍ୟା କରିବାକୁ କୁହାଯିବ , ତେବେ ଆପଣ କଣ କରିବେ ? 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବାବା ବରଫାବୃତ ସ୍ଥାନରେ ଏକ ସାଧାରଣ ପୋଶାକ ପିନ୍ଧି ଅତି ଗଭୀର ଧ୍ୟାନରେ ଏକ ମୁର୍ତ୍ତି ସଦୃଶ୍ୟ ବସି ରହିଛନ୍ତି । ଶରୀରରେ ରେ ଜୀବନ ଅଛି ସତ ହେଲେ କୌଣସି ଦମ୍ ନାହିଁ । ସଂପୂର୍ଣ୍ଣ ଶରୀର ବରଫରେ ଆଚ୍ଛାଦିତ ।