ଆସିଲା ବଡ଼ ପରିବର୍ତ୍ତନ, ଏବେ ସ୍ୱାମୀ ନଥିବା ମହିଳା ମଧ୍ୟ ହୋଇପାରିବେ ମା', ଜାଣନ୍ତୁ କେମିତି
ଅନ୍ୟ ପାଶ୍ଚାତ ଦେଶ ଗୁଡିକରେ ବହୁ ପୂର୍ବରୁ ସରୋଗେସୀ ପ୍ରକ୍ରିୟାକୁ ଆଇନ୍ ଗତ ଭାବେ ମାନ୍ୟତା ମିଳିଥିଲେ ମଧ୍ୟ ଭାରତରେ ଏହାକୁ ସହଜରେ ଗ୍ରହଣ କରାଯାଇ ନ ଥିଲା । ପୂର୍ବରୁ ନ୍ୟାୟାଳୟ ଓ ସରକାର ଏହାକୁ ଏକ ବ୍ୟବସାୟର ମାଧ୍ୟମ ଭାବେ ସମାଲୋଚନା କରୁଥିଲେ । ଯେଉଁଥି ପାଇଁ ପୂର୍ବରୁ ଅନେକ ପିଟିସନ ଦାଖଲ କରାଯାଇଥିଲେ ମଧ୍ୟ ଏହାକୁ ଆଇନ୍ ଗତ ମାନ୍ୟତା ଦିଆଯାଉ ନ ଥିଲା ।
Follow our WhatsApp channel and get all the Latest news
ଯାହାର ଫାଇଦା ଉଠାଉଥିଲେ କେତେକ ଡାକ୍ତର , ନର୍ସିଂ ହୋମ୍ , ପ୍ରାଇଭେଟ୍ କ୍ଲିନିକ୍ ଆଦି । ହେଲେ ବର୍ତ୍ତମାନ କିନ୍ତୁ ସମୟ ବଦଳିଛି ଚିନ୍ତାଧାରା ବଦଳିଛି । ଯେଉଁଥି ପାଇଁ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଣିକି ବିଧବା ସ୍ତ୍ରୀ ଲୋକ ଓ ସୀଙ୍ଗିଲ ମଦର୍ ମଧ୍ୟ ସରୋଗେଶି ମାଧ୍ୟମରେ ମା ହେବାର ସୁଯୋଗ ପାଇ ପାରିବେ । ଏହି ସୁବିଧା ପୂର୍ବ ଭଳି ଦମ୍ପତ୍ତି ମାନେ ମଧ୍ୟ ନେଇ ପାରିବେ ।
ସୁପ୍ରିମ କୋର୍ଟ ସହିତ ପରାମର୍ଶ କ୍ରମେ ସରକାର ସରୋଗେସି ଅଧିନିୟମର ପରିବର୍ତ୍ତନ କରିଛନ୍ତି । ସମୟର ଆବଶ୍ୟକତା ଓ ଡିମାଣ୍ଡ କୁ ଆଖି ଆଗରେ ରଖି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ ନିୟମ ଅନୁସାରେ ଲିଭ୍ ଇନ ରିଲେସନ ରେ ରହୁଥିବା ଯୁବକ ଯୁବତୀ ମାନେ ସରୋଗେଶିର ସୁବିଧା ନେଇପାରିବେ ନାହିଁ ।