ଟ୍ରେନ ଲେଟ୍ ହୋଇଯିବାରୁ କୋର୍ଟ କୁ ଗଲେ ଏହି ବ୍ୟକ୍ତି, ସୁପ୍ରିମକୋର୍ଟ ରେଳବାଇ ଉପରେ ଲଗାଇଲା ୩୦ ହଜ଼ାର ଟଙ୍କାର ଜରିମାନା

 

ଭାରତରେ ଟ୍ରେନ ଲେଟ୍ ହେବା ଏକ ସାଧାରଣ କଥା ଅଟେ। ଏଥିପାଇଁ ଆମେ ସମସ୍ତେ କେବେ ନା କେବେ ଅସୁବିଧାର ସମ୍ମୁଖୀନ ହୋଇଥିବା ନିଶ୍ଚିତ। କିନ୍ତୁ, ଟ୍ରେନ ବିଳମ୍ବ ହେତୁ ଜଣେ ବ୍ୟକ୍ତି ହଟହଟା ହୋଇଥିଲେ ଯେଉଁଥିପାଇଁ ତାଙ୍କୁ ରେଳ ବିଭାଗ ୩୦,୦୦୦ ଟଙ୍କାର ଜରିମାନା ଦେବ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।

ଖବର ମୁତାବକ ଅଭିଯୋଗକାରୀଙ୍କୁ ଅଜମେର-ଜାମ୍ମୁ ଏକ୍ସପ୍ରେସରେ ଯିବାର ଥିଲା ଏବଂ ଠିକ ସମୟରେ ପହଞ୍ଚି ଜାମ୍ମୁ ବିମାନବନ୍ଦରରୁ ଫ୍ଲାଇଟ ଧରିବାର ଥିଲା। କିନ୍ତୁ, ଟ୍ରେନଟି ବିଳମ୍ବ ହୋଇଯିବାରୁ ସେ ତାଙ୍କ ଫ୍ଲାଇଟ୍ ମିସ୍ କରିଯାଇଥିଲେ ଫଳରେ ତାଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା। କ୍ଷତିପୂରଣ ବାବଦକୁ ହୋଇଥିବା ଆଦେଶ ପ୍ରଥମେ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଫୋରମ୍, ଅଲୱାର୍ ଏବଂ ପରେ ଜାତୀୟ ଉପଭୋକ୍ତା ବିବାଦ ସମାଧାନ କମିଶନ, ନୂଆଦିଲ୍ଲୀ ଦ୍ୱାରା ପାସ୍ କରାଯାଇଥିଲା। କିନ୍ତୁ ଉତ୍ତର ରେଳବାଇ ସୁପ୍ରିମକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲା।

ଏକ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ଦେଇଥିବା ଆଦେଶ ଅନୁଯାଇ ଉତ୍ତର ରେଳବାଇକୁ ଟ୍ୟାକ୍ସି ମୂଲ୍ୟ ହିସାବରେ ୧୫,୦୦୦ ଟଙ୍କା, ବିମାନ ଟିକେଟ୍ ମୂଲ୍ୟ ଭାବରେ ୧୦,୦୦୦ ଟଙ୍କା ଏବଂ ମାନସିକ ଯନ୍ତ୍ରଣା ଏବଂ ମକଦ୍ଦମା ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ଦେବାକୁ ପଡିବ।  ଟ୍ରେନ୍ ବିଳମ୍ବ ହୋଇଥିବାରୁ ଅଭିଯୋଗକାରୀଙ୍କ ଫ୍ଲାଇଟ ମିସ୍ ହୋଇଥିଲା।  ତାଙ୍କୁ ଟ୍ୟାକ୍ସି ଯୋଗେ ଶ୍ରୀନଗର ଯିବାକୁ ପଡିଥିଲା ଏବଂ ବିମାନ ଟିକେଟ ଭାବରେ ୯,୦୦୦ ଟଙ୍କା କ୍ଷତି ସହିବାକୁ ପଡିଲା।  ତାଙ୍କୁ ଟ୍ୟାକ୍ସି ଭଡା ପାଇଁ ୧୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଏହା ବ୍ୟତୀତ ଡାଲ ହ୍ରଦରେ ଶିକରା ବୁକିଂ ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ବୋଲି ଜଣାପଡିଛି।