ଏମିତି ଥିଲା ମନମୋହନ ସିଂହଙ୍କ ପ୍ରେମ ବିବାହ, ପ୍ରଥମ ଦେଖାରେ ପଡିଯାଇଥିଲେ ପ୍ରେମ, ଜାଣନ୍ତୁ ପ୍ରେମ କାହାଣୀ

 

ଭାରତର ମହାନ ଜନନେତା ତଥା ୧୩ତମ ପ୍ରଧାନମନ୍ତ୍ରୀ ଥିଲେ ଡ. ମନମୋହନ ସିଂ । ୯୨ ବର୍ଷ ବୟସରେ ୨୬ ଡିସେମ୍ବର ୨୦୨୪ ରାତି ୯ଟା ବାଜି ୫୧ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଆଜି ନିରବୀ ଯାଇଛି ଦେଶ, ନିରବୀ ଯାଇଛି ଭାରତୀୟ ରାଜନୀତି। ମନମୋହନଙ୍କ ଜନ୍ମ ୨୬ ସେପ୍ଟେମ୍ୱର ୧୯୩୨ ପାକିସ୍ତାନର ଗାହ ଗାଁରେ ହୋଇଥିଲା । ତାଙ୍କ ପିଲାବେଳ ଅନେକ ବାଧା ବିଘ୍ନ ମଧ୍ୟରେ ଗତି କରିଥିଲା । 

ଶୈଶବ ଅବସ୍ଥାରୁ ମା ଅମୃତ କୌରଙ୍କୁ ହରାଇଥିବା ମନମୋହନଙ୍କୁ ତାଙ୍କ ବଡ ଭଉଣୀ ଲାଳନ ପାଳନ କରି ବଡ କରିଥିଲେ। ତେବେ ତାଙ୍କ ସ୍ତ୍ରୀ ଗୁରୁଶରଣ କୌରଙ୍କ ସହ ତାଙ୍କର ସମ୍ପର୍କ ଏକ ଉଦାହରଣ। ମନମୋହନ ସିଂ ଏବଂ ଗୁରୁଶରଣ କୌରଙ୍କ ପ୍ରଥମ ସାକ୍ଷାତ ଏକ ସରଳ ଘଟଣା ଥିଲା। ଯେତେବେଳେ ମନମୋହନ ଜଣେ ଯୁବ ଅର୍ଥନୀତିଜ୍ଞ ଏବଂ ଗୁରୁଶରଣ ଜଣେ ଶିକ୍ଷକ ଥିଲେ। ଦୁହିଁଙ୍କ ମଧ୍ୟରେ ଏକ ସରଳତା ଏବଂ ସହଜତା ଥିଲା ଯାହା ଧୀରେ ଧୀରେ ଏକ ଗଭୀର ବନ୍ଧୁତାରେ ପରିଣତ ହେଲା। 

ଏହା ପରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ସ୍ଥିର କଲେ। ପାରମ୍ପରିକ ଭାରତୀୟ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ। ୧୯୫୭ରେ ଡକ୍ଟର ମନମୋହନ ସିଂ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିବା ପରେ ଭାରତକୁ ଫେରିବା ପରେ ତାଙ୍କ ପରିବାର ତାଙ୍କ ବିବାହ ପାଇଁ ଝିଅ ଖୋଜିବା ଆରମ୍ଭ କରିଥିଲେ ଏବଂ ଏକ ଧନୀ ପରିବାରରୁ ଏକ ପ୍ରସ୍ତାବ ଆସିଥିଲା। 

ଝିଅଟି ଶିକ୍ଷିତ ନ ଥିଲେ କିନ୍ତୁ ତାଙ୍କ ପରିବାର ଅଧିକ ଯୌତୁକ ଦେବାକୁ କହୁଥିଲେ। ମନମୋହନ କହିଥିଲେ, ମୁଁ ଜଣେ ଶିକ୍ଷିତ ଝିଅ ଚାହୁଁଛି, ଯୌତୁକ ନୁହେଁ। ଏହି ସମୟରେ ଗୁରୁଶରଣଙ୍କ ବଡ ଭଉଣୀ ବସନ୍ତ ମନମୋହନ ସିଂଙ୍କ ବିଷୟରେ ଶୁଣି ତାଙ୍କ ପାଇଁ ଏକ ପ୍ରସ୍ତାବ ଆଣିଥିଲେ। ସେମାନଙ୍କର ପ୍ରଥମ ସାକ୍ଷାତ ଟେରାସରେ ହୋଇଥିଲା, ଯେଉଁଠାରେ ଗୁରୁଶରଣ ଧଳା ସାଲୱାର-କୁର୍ତ୍ତାରେ ଦେଖାଦେଇଥିଲେ।