ଦିନ ମଜୁରିଆ ପୁଅ ଆଜି ଆଇଆଇଏମ୍ ପ୍ରଫେସର୍, ନିଜେ ଦିନେ ଜଗୁଆଳି ଭାବେ କାମ କରିଥିବା ଏହି ବ୍ୟକ୍ତିଙ୍କ କାହାଣୀ ଅଟେ ବେସ୍ ପ୍ରେରଣାଦାୟକ….

 

ସଫଳତାର କୌଣସି ସର୍ଟକଟ୍ ନଥାଏ, ପରିଶ୍ରମ, ଧର୍ଯ୍ୟ ଏବଂ ଦୃଢ଼ତା ସଫଳତାର ପଥ ପରିଷ୍କାର କରେ ବୋଲି ଶୁଣିଥିବେ ନିଶ୍ଚିତ। କିନ୍ତୁ ଏହାକୁ ସତ କରି ଦେଖାଇଛନ୍ତି ରଣଜିତ୍ ରାମଚନ୍ଦ୍ରନ ନାମକ ଯୁବକ। ନିଜ ପରିଶ୍ରମ ବଳରେ ଦିନେ ରାଞ୍ଚିରେ ରାତ୍ରି ଜଗୁଆଳି ଭାବରେ କାମ କରୁଥିବା ରଣଜିତ ଆଇଆଇଏମ୍ ରେ ସହକାରୀ ପ୍ରଫେସର ଭାବରେ ଚାକିରୀ ପାଇବା ନିଶ୍ଚିତ ଭାବରେ ପ୍ରେରଣାଦାୟକ ଅଟେ। 

ଭଲ ଶିକ୍ଷା ପାଇବା ପାଇଁ ତାଙ୍କର ସଂଗ୍ରାମ ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିଜକୁ ବଞ୍ଚାଇବା ଏବଂ ସମାଜ ସହ ଲଢ଼ି ସଫଳତା ପାଇବା ପରେ ସେ ଅନେକଙ୍କ ପାଇଁ ବର୍ତ୍ତମାନ ଏକ ଆଦର୍ଶ ପାଲଟିଛନ୍ତି।

ରଣଜିତ୍ ଦିନେ ଏକ ଝୋପଡ଼ି ଘରେ ରହୁଥିବା ବେଳେ ନିଜ ପେଟ ପୋଷିବା ପାଇଁ ରାତି ଜଗୁଆଳି ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ପିତା ଜଣେ ଟେଲର ହୋଇଥିବା ବେଳେ ତାଙ୍କ ମା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ (MGNREGS) ଅଧୀନରେ ଦିନ ମଜୁରିଆ ଭାବରେ କାମ କରନ୍ତି।

ସେ କେରଳର କାନହାଙ୍ଗଡର ସେଣ୍ଟ ପିୟୁଜ୍ କଲେଜରେ ସ୍ନାତକ ହାସଲ କରିଥିଲେ ଏବଂ କାସରଗୋଡ ଜିଲ୍ଲାର ପାନଥୁରର ବିଏସ୍ଏନ୍ଏଲ୍ ଏକ୍ସଚେଞ୍ଜ ଅଫିସ ରେ ରାତ୍ରି ଜଗୁଆଳି ଭାବରେ କାର୍ଯ୍ୟ କରୁଥିଲେ। ସେ ଇକୋନୋମିକ୍ସ ଅନର୍ସ ସହିତ ନିଜର ସ୍ନାତକ ହାସଲ କରିବା ସହ ଦେଶର ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ଆଇଆଇଟି ମାଡ୍ରାସରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ।

ଆଇଆଇଟି ମାଡ୍ରାସରୁ ଡକ୍ଟରେଟ ଡିଗ୍ରୀ ହାସଲ କରିବା ପରେ ରଣଜିତ୍ ଦୁଇମାସ ପାଇଁ ବାଙ୍ଗାଲୋରର ଖ୍ରୀଷ୍ଟ ୟୁନିଭରସିଟିରେ ଯୋଗ ଦେଇଥିଲେ ଏବଂ ପରେ ସେ ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ଆଇଆଇଏମ୍ ରାଞ୍ଚିରେ ଆସିସଷ୍ଟାଣ୍ଟ ପ୍ରଫେସର ଭାବରେ ପୋଷ୍ଟିଂ ପାଇଥିଲେ।