ଦେଖନ୍ତୁ ଭିଡ଼ିଓ: ରାସ୍ତାରେ ହେଲା ଟ୍ରାଫିକ୍ ଜାମ୍! ମାଟ୍ରିକ୍ ପରୀକ୍ଷା ଦେବାକୁ ଦୌଡ଼ିଲେ ପରୀକ୍ଷାର୍ଥୀ….

 

ମାଟ୍ରିକ୍ ପରୀକ୍ଷାକୁ ନେଇ ବିହାରରେ ଛାତ୍ରଛାତ୍ରୀଙ୍କ ଠାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ, ସେଠାରେ ଟ୍ରାଫିକ୍ ସମସ୍ୟା ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏପରିକି କିଛି ଜିଲ୍ଲାରେ ଟ୍ରାଫିକ୍ ସମସ୍ୟା ହେତୁ ଛାତ୍ର ଛାତ୍ରୀ ରାସ୍ତାରେ ଦୌଡ଼ି ଦୌଡ଼ି ପରୀକ୍ଷା କେନ୍ଦ୍ରକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।

ବିହାରର ବାଙ୍କା ଓ ନଓ୍ଵାଦା ଏବଂ ଖାସ୍ କରି କୈମୁର ଜିଲ୍ଲାରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଗତ ୧୭ ତାରିଖ ଦିନ କୈମୁର ଜିଲ୍ଲାର ମୋହନିୟାରେ ୧୧ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଚାଲିଥିଲା। କିନ୍ତୁ, ସେଠାକୁ ଯାଉଥିବା ଏନଏଚ୍-୨ରେ ଭୀଷଣ ଟ୍ରାଫିକ ଜାମ୍ ଲାଗି ରହୁଥିବାରୁ ପରୀକ୍ଷାର୍ଥୀମାନେ ଯାନବାହାନ ଦ୍ୱାରା ସେଠାକୁ ଯାଇ ପାରିନଥିଲେ।