ଦକ୍ଷିଣ ରେଳବାଇ ରେ ୨୪୦୦ରୁ ଅଧିକ ପଦବୀ ହେବ ପୂରଣ, ଆଜି ହିଁ କରନ୍ତୁ ଅନଲାଇନ ଆବେଦନ

 

ପ୍ରାୟ ଯୁବକ ରେଳବାଇରେ ଚାକିରି କରିବାକୁ ଇଛା ପ୍ରକାଶ କରନ୍ତି। ଆପଣ ଯଦି ଏଠି ଚାକିରି କରିବା ନେଇ ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଦକ୍ଷିଣ ରେଳବାଇ (SR)ରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ SR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ।  

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୨୪୦୦ରୁ ଅଧିକ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବ୍‌ସାଇଟ୍‌ sr.indianrailways.gov.in କୁ ଯାଇ ଆବେଦନ କରିପାରିବେ।

ତାରିଖ:

୧- ଅନ୍‌ଲାଇନ୍ ଆବେଦନ ଆରମ୍ଭ– ୨୨ ଜୁଲାଇ ୨୦୨୪
୨- ଅନ୍‌ଲାଇନ୍ ଆବେଦନ ଶେଷ– ୦୨ ଅଗଷ୍ଟ ୨୦୨୪ 

ପଦବୀ:

୧- ଫ୍ରେସର କ୍ୟାଟେଗୋରୀ – ୮୫ଟି ପୋଷ୍ଟ୍
୨- Ex-ITI କ୍ୟାଟେଗୋରୀ – ୨୭୫୨ଟି ପୋଷ୍ଟ୍
୩- ମୋଟ ପଦବୀ – ୨୮୩୮

ଶିକ୍ଷାଗତ ଯୋଗ୍ୟତା:

୧- ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ / ଦ୍ୱାଦଶ ପାଶ ଜରୁରୀ
୨- ସମ୍ପୃକ୍ତ ବାଣିଜ୍ୟରେ ITI ସାର୍ଟିଫିକେଟ୍ ରହିବା ମଧ୍ୟ ଆବଶ୍ୟକ

ବୟସ ସୀମା:

୧-ସର୍ବନିମ୍ନ ବୟସ – ୧୫ ବର୍ଷ
୨- ସର୍ବାଧିକ ବୟସ – ୨୨/୨୪ ବର୍ଷ

ଆବେଦନ ଶୁଳ୍କ:

୧- SC/ ST/ OBC/ PwBD/ମହିଳା/– ଦେୟମୁକ୍ତ
୨- ଅନ୍ୟମାନେ – ୧୦୦ଟଙ୍କା

କିପରି କରିବେ ଆବେଦନ:

୧- ରେଳବାଇର ଅଫିସିଆଲ୍ ୱେବସାଇଟ୍‌ sr.indianrailways.gov.in କୁ ଯାଆନ୍ତୁ

୨- ହୋମ୍‌ପେଜ୍‌ରେ Apprenticship ଅପ୍ସନ ଚୟନ କରନ୍ତୁ

୩- Apply Online ଉପରେ କ୍ଲିକ୍ କରନ୍ତୁ

୪-ରେଜିଷ୍ଟ୍ରେସନ ଲିଙ୍କ୍‌ ଉପରେ କ୍ଲିକ୍ କରି ନିଜକୁ ପଞ୍ଜୀକରଣ କରନ୍ତୁ

୫-ଆବେଦନ ଫର୍ମ ପୂରଣ କରନ୍ତୁ
ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ

୬-ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ

୭- ଫର୍ମ Submit କରନ୍ତୁ

୮- ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ