ଦେଖନ୍ତୁ ଭିଡିଓ: ମନ୍ଦିର ଭିତରେ ଅଣ୍ଟା ହଲଉଥିଲେ, ଭିଡିଓ ଛାଡିବା ପରେ ଚାଲିଗଲା ଚାକିରୀ

 
ସୋସିଆଲ ମିଡ଼ିଆ ପାଲଟିଲା କାଳ । ସୋସିଆଲ ମିଡ଼ିଆ ପାଇଁ ଦୁଇ ପୋଲିସ୍ ଯୁବତୀ ଅଧିକାରୀଙ୍କର ଚାଲିଗଲା ଚାକିରୀ । ସୋସିଆଲ ମିଡିଆରେ ଭାଇରାଲ ହେବାର ନିଶା ଊଣା ଅଧିକେ ସମସ୍ତଙ୍କର ରହିଛି । ଏହାକୁ ସମ୍ପୂର୍ଣ ମାତ୍ରାରେ ଭୁଲ୍ ମଧ୍ୟ କୁହାଯାଇ ପାରିବ ନାହିଁ । ହେଲେ ସ୍ଥାନ , କାଳ ଓ ପାତ୍ର କୁ ଆଖି ଆଗରେ ରଖି ସମସ୍ତ କାର୍ଯ୍ୟ କରିବା ଉଚିତ୍ ତାହା ଅନଲାଇନ୍ ହେଉ କି ଅଫ୍ଲାଇନ୍ ।

ନିକଟରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ନେଇ ଦୁଇ କନେଷ୍ଟବଳ ମହିଳା ଅଧିକାରୀଙ୍କର ଚାଲି ଯାଇଛି ଚାକିରୀ । ଯେଉଁମାନେ ମନ୍ଦିରରେ ଡିୟୁଟିରେ ଥିବା ସମୟରେ କରୁଥିଲେ ଏପରି ଭିଡିଓ ଯାହାକୁ ବେଶ୍ ସମାଲୋଚନା କରୁଛନ୍ତି ଲୋକେ ।

ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ବିହାରର ବୈନ୍ଧ କୟାସ୍ତିତ ମହାପତି ମନ୍ଦିରରେ । ଏହି ମନ୍ଦିରର ସୁରକ୍ଷା ନିମନ୍ତେ କିଛି ଜଣ ମହିଳା ଅଧିକାରୀଙ୍କୁ ଦାୟୀତ୍ବ ଦିଆ ଯାଇଥିଲା । ଡିୟୁଟି ସମୟ ସୀମା ମଧ୍ୟରେ ଏହି ଦୁଇ ଜଣ ମହିଳା ଏକ ହିନ୍ଦୀ ଗୀତରେ ରିଲ୍ସ ବନାଇବାର ଦେଖା ଦେଇଛି ।

<a href=https://youtube.com/embed/YnbnCYgUE6I?autoplay=1&mute=1><img src=https://img.youtube.com/vi/YnbnCYgUE6I/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଡ଼ିସେମ୍ବର ୨ ତାରିଖରେ ଏହି ରିଲ୍ସ ଟି ପୋଷ୍ଟ କରା ଯାଇଥିଲା । ଯାହା ଭାଇରାଲ୍ ହେବା ପରେ ପୋଲିସ୍ ର ଡିୟୁଟିକୁ ନେଇ ଉଠିଥିଲା ପ୍ରଶ୍ନ । ଯାହା ପରେ ସୂଚନା ଅନୁଯାୟୀ ୨ ମହିଳାଙ୍କୁ ଶସ୍ ପେଣ୍ଡ କରିଛନ୍ତି କର୍ତ୍ତୃପକ୍ଷ ।