ଭାଉଜ ମା ହୋଇ ନ ପାରିବାରୁ ନିଜ ଭାଇର ପିଲାକୁ ଜନ୍ମ ଦେଲା ଭଉଣୀ, କେମିତି ହେଲେ ଜାଣି ହୋଇଯିବେ ତାଯୁବ୍, ଜାଣନ୍ତୁ

 

ପଞ୍ଚମ ଥର ପାଇଁ ମା ହୋଇପାରିଲେନି ଭାଉଜ ତେଣୁ ନିଜ ଭାଇର ସନ୍ତାନ କୁ ଗର୍ଭରେ ଧରିଲା ଭଉଣୀ। ଏହି କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟଣା ଘଟିଛି ଆମେରିକା ରେ ଏବଂ ଏହା ସମ୍ଭବ ହୋଇଛି ବିଜ୍ଞାନର ଅଗ୍ରଗତି ଦ୍ୱାରା।

ଏହି ଘଟଣା ମୁତାବକ ୱାଶିଂଟନ ସହରରେ ରହୁଥିବା ୨୭ ବର୍ଷୀୟ ହିଲ୍ଡେ ପେରିଙ୍ଗର୍ ନିଜେ ତିନି ସନ୍ତାନର ମା ଅଟନ୍ତି, ସେହିପରି ତାଙ୍କ ଭାଉଜଙ୍କର ମଧ୍ୟ ଚାରି ଚାରୋଟି ସନ୍ତାନ ରହିଛନ୍ତି। ହିଲ୍ଡେଙ୍କ ଭାଇ ପଞ୍ଚମ ସନ୍ତାନ ଚାହୁଁଥିଲେ କିନ୍ତୁ ତାଙ୍କର ସ୍ତ୍ରୀ ପୁଣି ଥରେ ଗର୍ଭବତୀ ହେଲେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପଞ୍ଚମ ସନ୍ତାନ ପାଇଁ ସେ ସରୋଗୋସି ପ୍ରଣାଳୀ ଅପଣାଇଥିଲେ।

ଏହା ପରେ ନିଜ ଭାଇଙ୍କ ପାଇଁ କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟାରେ ହିଲ୍ଡେ ସରୋଗେଟ୍ ମା’ ହୋଇ ପାରିଥିଲେ ଓ ତାଙ୍କ ସନ୍ତାନକୁ ନଅ ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ରଖିବା ପରେ ଜାନୁଆରୀ ୨୦୨୧ ରେ ଜନ୍ମ ଦେଇଥିଲେ। ତେବେ ଏଥିପାଇଁ ହିଲ୍ଡେ ତାଙ୍କ ଭାଇଙ୍କ ଠାରୁ କୌଣସି ଟଙ୍କା ନେଇ ନଥିଲେ, କିନ୍ତୁ ସରୋଗେସି ପ୍ରକ୍ରିୟାର ସମସ୍ତ ଖର୍ଚ୍ଚ ତାଙ୍କ ଭାଇ ହିଁ ବହନ କରିଥିଲେ।