ଦେବାଳିଆ ହେବାକୁ ଯାଉଛି ପାକିସ୍ତାନ ! ଗୋଟେ ଲିଟର ପେଟ୍ରୋଲ ଠାରୁ ମଧ୍ୟ ଅଧିକ ହେଲା ଚିନିର ଦାମ, ଆଉ ଏବେ...

 

କରଜରେ ବୁଡି ରହିଥିବା ପାକିସ୍ତାନ ଏବେ ସାଙ୍ଘାତିକ ପରିସ୍ଥିତି ଦେଇ ଗତି କରୁଛି। ଏଠାରେ ପ୍ରତିଦିନ ବ୍ୟବହୃତ ହେଉଥିବା ଜରୁରୀକାଳୀନ ବସ୍ତୁ ଗୁଡିକର ଦରରେ ହେଉଥିବା ଅହେତୁକ ବୃଦ୍ଧି ହେତୁ ପାକିସ୍ତାନୀ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତରେ ଏବେ ପେଟ୍ରୋଲ ଏବଂ ଡିଜେଲର ଦର ବଢୁଥିବା ବେଳେ ପାକିସ୍ତାନରେ ଚିନିର ଦର ଆକାଶଛୁଆଁ ହୋଇଛି।

ମିଳିଥିବା ସୂଚନା ଅନୁଯାଇ ଏଠାରେ ପେଟ୍ରୋଲ ଲିଟର ପ୍ରତି ୧୩୮.୩୦ ପଇସା ହୋଇଥିବା ବେଳେ ଚିନି କିଲୋ ପ୍ରତି ପ୍ରାୟ ୧୫୦ ଟଙ୍କାରେ ବିକ୍ରି ହେଉଛି। ପାକିସ୍ତାନ ସୁଗାର ଡିଲର ଆସୋସିଏସନ ଅନୁଯାୟୀ ପେଶୱାରରେ ଚିନି ୧୪୦ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଥିବାବେଳେ ଏହାର ଖୁଚୁରା ମୂଲ୍ୟ ୧୪୫ ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଚିନି ଉତ୍ପାଦନ କରୁଥିବା ଏକ ପ୍ରମୁଖ ଦେଶ ହୋଇଥିଲେ ହେଁ ଏଠାରେ ଏପରି ପରିସ୍ଥିତି ସୃଷ୍ଟି ହେବା ବେସ୍ ଚିନ୍ତାଜନକ ବିଷୟ ଅଟେ।

ପାକିସ୍ତାନୀ ଚ୍ୟାନେଲ୍ ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ହୋଲସେଲ ବଜାରରେ ଚିନି ମୂଲ୍ୟ କିଲୋଗ୍ରାମ ପିଛା ୧୨୬ ଟଙ୍କା ଅତିକ୍ରମ କରିଛି। କୁହାଯାଉଛି ଯେ ପାକିସ୍ତାନର ଚିନି ଡିଲରମାନେ ବେଆଇନ ଭାବେ ଚିନିର କଳା ବ୍ୟବସାୟ ଆରମ୍ଭ କରିଛନ୍ତି। ଯାହାଦ୍ୱାରା ଏହାର ମୂଲ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପାକିସ୍ତାନର ଆର୍ଥିକ ରାଜଧାନୀ କରାଚିରେ ଚିନିର ହୋଲସେଲ ମୂଲ୍ୟ କିଲୋଗ୍ରାମ ପ୍ରତି ୧୪୨ ଟଙ୍କା ରହିଛି। ପାକିସ୍ତାନର ଅନ୍ୟ ଏକ ସହର କ୍ୱେଟା ଠାରେ ଗୋଟିଏ ଦିନରେ ଚିନିର ମୂଲ୍ୟ ୧୨୪ ଟଙ୍କାରୁ ୧୨୯ ଟଙ୍କାକୁ ବୃଦ୍ଧି ପାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସବସିଡି ଘୋଷଣା କରିବା ସତ୍ତ୍ୱେ ଏଠାରେ ଅବସ୍ଥା ଏତେ ଖରାପ ଯେ କେତେକ ସ୍ଥାନରେ ଚିନି ଦର ଦିନକୁ ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।