ଝିଅଙ୍କ ବିବାହ ବୟସ ବଢ଼ାଇଲେ ସରକାର, ବିରୋଧ କରି ଏହି ନେତା କହିଲେ, ଶୀଘ୍ର ବିବାହ ନକରାଇଲେ ଝିଅମାନେ ପର୍ଣ୍ଣ ଦେଖି…

 

ମହିଳାମାନଙ୍କର ବିବାହ ବୟସକୁ ୧୮ ବର୍ଷରୁ ୨୧ ବର୍ଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ଗୋଟିଏ ପଟେ ଏନେକ ଏହି ନିଷ୍ପତ୍ତିକୁ ଖୁସିରେ ଗ୍ରହଣ କରୁଥିବା ବେଳେ ସମାଜବାଦୀ ପାର୍ଟିର କେତେକ ନେତା ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି। ପ୍ରଥମେ ସପା ନେତା ଅବୁ ଆଜମୀ ଓ ଶଫିକୁର୍‌ରହମାନ ଏହି ନିୟମ ବିରୁଦ୍ଧରେ ସ୍ୱର ଉଠାଇଥିବା ବେଳେ ଏବେ ସାଂସଦ ଏସ୍‌ଟି ହସନ୍ କେନ୍ଦ୍ରର ଏଭଳି ନିଷ୍ପତ୍ତି ଉପରେ ଅଜବ ଟିପ୍ପଣୀ ଦେଇଛନ୍ତି।

ଏସ୍‌ଟି ହସନ୍ କହିବା ଅନୁଯାଇ ଝିଅ ମାନଙ୍କ ଦେହରେ ପ୍ରଜନନ କ୍ଷମତା ଆସିଗଲେ ସେମାନଙ୍କୁ ବିବାହ କରାଇଦେବା ଉଚିତ। ଏପରି ନ କରିଲେ ସେମାନେ ପର୍ଣ୍ଣ ଦେଖିବା ଆରମ୍ଭ କରନ୍ତି ଯାହା ଅନୁଶାସନହୀନତାକୁ ପ୍ରସୟ ଦେଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଝିଅମାନେ ଠିକ ସମୟରେ ବିବାହ ନ କରିଲେ ସେମାନେ ବାଞ୍ଝପଣର ଶିକାର ହୋଇପାରନ୍ତି। ଏଥିସହିତ ବିଳମ୍ବରେ ସନ୍ତାନ ଜନ୍ମ କରିଲେ ଛୁଆକୁ ପାଳିବାରେ ଅସୁବିଧା ହୋଇପାରେ ବୋଲି ଏସ୍‌ଟି ହସନ୍ କହିଛନ୍ତି।

ଯଦି ଝିଅଟିଏ ୧୮ ବର୍ଷରୁ ପରିପକ୍ଵ ହୋଇ ଭୋଟ ଦେଇପାରୁଛି ତେବେ ସେ ବିବାହ କଣ ପାଇଁ କରିପାରିବ ନାହିଁ ବୋଲି ହସନ୍ ଅଜବ ଯୁକ୍ତି କରିଛନ୍ତି। ଏହା ପୂର୍ବରୁ ସପା ବିଧାୟକ ଅବୁ ଅଜମି ମଧ୍ୟ ଏହି ନିଷ୍ପତ୍ତି କୁ ବିରୋଧ କରିଥିଲେ। ସେ କହିଥିଲେ ଯେ "ପିଲାମାନଙ୍କର ଭଲ କେଉଁଥିରେ ହେବ ବାପାମା ତାହା ଭଲଭାବରେ ଜାଣିଛନ୍ତି। ସରକାର କଣ ଭଲ କରିବ? ମାଆ ବାପାଙ୍କୁ ଯେବେ ଅନୁଭବ ହେବ ଯେ ସେମାନଙ୍କ ପିଲାମାନେ ବଡ଼ ହୋଇଗଲେଣି ଏବେ ବାହାଘର ହୋଇଯିବା ଦରକାର ସେମାନେ କରାଇଦେବା ଉଚିତ"।