ବିପଦପୂର୍ଣ୍ଣ ଅପରେସନରେ ସେନା ସହିତ ସାମିଲ ରହୁଥିବା ଏହି କୁକୁରଙ୍କୁ ମଧ୍ୟ ମିଳିଥାଏ ଦରମା, ଜାଣନ୍ତୁ କେତେ

 
ଭାରତୀୟ ସେନା ହେଉ ବା ଆମେରିକାର , ସବୁଠାରେ କୁକୁର ମାନଙ୍କର ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ମଣିଷ ଭଳି ସେମାନଙ୍କୁ ମଧ୍ୟ ଉଚ୍ଚ କୋଟିର ଓ କଠିନ ତାଲିମ୍ ଦିଆ ଯାଇଥାଏ । ଯାହାକୁ ପାସ କରିବା ପରେ ହିଁ ସେମାନଙ୍କୁ ସେନାରେ କାମ କରିବାର ସୁଯୋଗ ମିଳିଥାଏ । ଯାହା ପରେ ସେମାନେ ବି ଦେଶ ପ୍ରେମରେ ଟିକିଏ ଅବହେଳା କରି ନ ଥାଆନ୍ତି ।

ନିଜ ଜୀବନକୁ ଖାତିର ନ କରି ବଡରୁ ବଡ ଭୟାନକ ଅପରେସନ ରେ ସାମିଲ୍ ହୋଇଥାନ୍ତି । ପଶୁ ମାନଙ୍କ ମଧ୍ୟରୁ ସବୁଠାରୁ ବିଶ୍ଵସ୍ତ ହେଉଛି କୁକୁର । ଯେ କି ତାର ମାଲିକ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ । ତାର ଉଚ୍ଚ କୋଟିର ଘ୍ରାଣ ଶକ୍ତି ଯୋଗୁଁ ଓ ଚତୁରତା ଯୋଗୁଁ ସେ ସେନାରେ ଭର୍ତ୍ତି ହେବା ପାଇଁ ଏକ ଉପଯୁକ୍ତ ପ୍ରାଣୀ ଅଟେ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ କଣ ଆପଣ ଜାଣନ୍ତି କି ସେନାରେ ଥିବା କୁକୁର ମାନେ ମାସକୁ କେତେ ଦରମା ପାଇଥାନ୍ତି , ଏମାନଙ୍କ ପିଛାରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ଓ ଅବସର ପରେ ଏମାନଙ୍କ ସହିତ କଣ ହୁଏ ?

ସେନାରେ ସବୁ ପ୍ରକାରର କୁକୁର ଯାଇ ନ ଥାନ୍ତି । ଯେଉଁ ଶ୍ରେଣୀର କୁକୁର ମାନେ ଅଧିକ ଚାଲାଖ ଯେପରିକି ରେଡ୍ ସୁଇସ୍ ମାଉଣ୍ଟେନ୍ , ଜର୍ମାନ୍ ସେଫାର୍ଡ , ବେଲଜିୟମ ଗ୍ୟାଲେନୋଇସ୍ ଓ ଲାବ୍ରୋଡଗ୍ ଏହି ମାନଙ୍କୁ ହିଁ ଉଚ୍ଚ କୋଟିର ଟ୍ରେନିଂ ଦିଆଯାଇ ଅନେକ ପ୍ରକାରର ମେଡ଼ିକାଲ ଟେଷ୍ଟ ପରେ ସେନାରେ ଭର୍ତ୍ତି କରା ଯାଇଥାଏ ।

ତେବେ ସେମାନଙ୍କୁ କୌଣସି ମାସିକ ବେତନ ମିଳି ନ ଥାଏ । ହେଲେ ତାଙ୍କ ଖାଇବା ପିଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ମାସିକ ପ୍ରାୟ ୬୦ ହଜାରରୁ ଅଧିକ ଖର୍ଚ୍ଚ ହୋଇଥାଏ । ଏମାନେ ନିଯୁକ୍ତି ହେବାର ପ୍ରାୟ ୧୦ କିମ୍ବା ୧୫ ବର୍ଷ ଭିତରେ ଅବସର ନେଇଥାନ୍ତି । ଅନ୍ୟ ଯବାନ ମାନଙ୍କ ପରି ସେମାନଙ୍କୁ ମଧ୍ୟ ଅତି ସମ୍ମାନର ସହିତ ଅବସର ଦିଆ ଯାଇଥାଏ ।