ଅଜବ୍ ପ୍ରେମ କାହାଣୀ! ପ୍ରେମିକାକୁ ପାଇବା ପାଇଁ ତାକୁ ୧୦ ବର୍ଷ ଲୁଚାଇ ରଖିଲା ପ୍ରେମିକ, ଆଉ ତାପରେ..ପୁରା ଘଟଣା ଜାଣି ହେବେ ତାଯୁବ

 

ପ୍ରେମ ପାଇଁ ମଣିଷ ଯେ କୌଣସି ସ୍ଥରକୁ ଚାଲିଯାଇପାରେ। ଏହାର ଏକ ଜ୍ୱଳନ୍ତ ଉଧାରଣ କେରଳରେ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ନିଜ ପ୍ରେମିକା କୁ ୧୦ ବର୍ଷ ଧରି ଏକ କୋଠରୀରେ ଲୁଚାଇ ରଖିଥିବା ଜଣାପଡିଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଘଟଣାଟି ସତ ତେବେ, ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିବା ପରେ ଉଭୟଙ୍କର ପାରମ୍ପରିକ ରୀତିନୀତିରେ ବିବାହ ସମ୍ପର୍ଣ୍ଣ ହୋଇଛି।

ମିଳିଥିବା ସୂଚନା ଅନୁଯାଇ ରହମାନ ନାମକ ଜଣେ ଯୁବକଙ୍କର ନିଜ ପଡ଼ୋଶୀ ଘରେ ରହୁଥିବା ସାଜିଦାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କାଳେ ବିବାହ ପାଇଁ ଉଭୟଙ୍କ ପରିବାର ଲୋକେ ଅରାଜି ହେବେ ସେଥିପାଇଁ ରହମାନ ସାଜିଦାଙ୍କୁ ନିଜ ଘରକୁ ନେଇ ଆସିଥିଲା। ସେଠାରେ ମଧ୍ୟ ସେ ତାଙ୍କୁ ଗୋଟିଏ ଘରେ ଲୁଚାଇ ରଖିଥିଲା। ଘର ବାହାରେ ଏକ ସ୍ୱୟଂଚାଳିତ ତାଲା ପକାଇଥିଲା ଯାହାକୁ କେବଳ ରହମାନ ଖୋଲିପାରୁଥିଲା।

ଗୋଟିଏ ପଟେ ସାଜିଦାଙ୍କ ପରିବାର ଲୋକେ ତାଙ୍କୁ ବହୁତ ଖୋଜା ଖୋଜି କରି ପାଉନଥିବା ବେଳେ ଅନ୍ୟପଟେ ରହମାନର ଚାଲିଚଳଣରେ ପରିବର୍ତ୍ତନ ଦେଖା ଯାଇଥିଲା। ସେ ବହୁତ ଖାଇବା ପ୍ଲେଟରେ ନେଇ ନିଜ ରୁମ୍ ରେ ଖାଉଥିଲା ଏବଂ ଅନ୍ୟମାନଙ୍କ ସହ କମ ମିଶୁଥିଲା। ସେଇ ରୁମରେ ସାଜିଦା ଇୟରଫୋନ୍ ଲଗାଇ ଟିଭି ମଧ୍ୟ ଦେଖୁଥିଲେ। ଏଥିସହିତ ରାତିରେ ସମସ୍ତେ ଶୋଇଯିବା ପରେ ହିଁ ସେ ବାଥରୁମ ବ୍ୟବହାର କରୁଥିଲେ। ମହିଳାଙ୍କୁ ଏତେ ଦିନ ହେବ ଲୁଚାଇ ରଖିଥିବା ଜାଣିବା ପରେ କେରଳ ରାଜ୍ୟ ମହିଳା ଆୟୋଗ ପ୍ରେମିକ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ। ତେବେ, ଶେଷରେ ସାଜିଦାଙ୍କ ସମ୍ମତିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି।