ସାହାରା ଇଣ୍ଡିଆର ଆରମ୍ଭ ହେଲା ରିଫଣ୍ଡ ପ୍ରୋସେସ, ଏମିତି କରନ୍ତୁ ଆବେଦନ, ନିଜର ପଇସା ପାଆନ୍ତୁ

 

ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି କମ୍ପାନୀରେ ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ଟଙ୍କା ମିଳିବାକୁ ଯାଉଛି । ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲ୍‌ରେ ଆପଣ ନିଜର ଆପ୍ଲିକେଶନ ଷ୍ଟାଟସ୍‌ ଚେକ୍‌ କରିପାରିବେ । ସାହାରା ଇଣ୍ଡିଆର ରିଫଣ୍ଡ୍‌ ପୋର୍ଟାଲ୍‌ରେ ନୂଆ ପେମେଣ୍ଟ୍‌ ଲିଷ୍ଟ୍‌ ଜାରି କରିଛି କମ୍ପାନୀ ।

ଏହି ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଯାଞ୍ଚ୍‌ କରନ୍ତୁ । ଯଦି ଆପଣ ମଧ୍ୟ ରିଫଣ୍ଡ୍‌ ପାଇବାକୁ ଆବେଦନ କରିଥିଲେ, ତେବେ ଆପଣ ଏହି ଲିଷ୍ଟ୍‌ ତୁରନ୍ତ ଚେକ୍‌ କରିବାର ଆବଶ୍ୟକତା ରହିଛି । ଏହାପରେ ବହୁ ହଙ୍ଗାମା ହୋଇଥିଲା । 

ସାହାରା ଇଣ୍ଡିଆର ଲୋଭନୀୟ ସ୍କିମ୍‌ରେ ନିବେଶ କରିବାକୁ ଲୋକଙ୍କୁ ଆହ୍ୱାନ୍‌ ଦିଆଯାଇଥିଲା । କୋଟି କୋଟି ଲୋକ ଏଥିରେ ନିବେଶ କରିଥିଲେ ହେଲେ ମୂଳ ଟଙ୍କା ମଧ୍ୟ ପାଇ ପାରିନଥିଲେ।

ସାହାରା ଇଣ୍ଡିଆ ଏକ ବଡ଼ ନବେଶ କମ୍ପାନୀ ଥିଲା । ଯେଉଠିଁ ଅନେକ ଲୋକ ନିବେଶ କରିଥିଲେ । ବର୍ତ୍ତମାନ ପାଇଁ କେବଳ ୪ଟି ସ୍କିମ୍‌ରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଫରେସ୍ତ କରାଯାଉଛି । 

ସେଗୁଡିକ ହେଉଛି ସାହାରା କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟି ଲିମିଟେଡ୍‌, ସାହାରାୟାନ୍‌ ୟୁନିଭର୍ସାଲ ମଲ୍‌ଟିପର୍‌ପଜ୍‌ ସୋସାଇଟି ଲିମିଟେଡ୍‌, ହମାରା ଇଣ୍ଡିଆ କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟି ଲିମିଟେଡ୍‌। ଏବଂ ଷ୍ଟାର୍ଟ୍‌ ମଲ୍‌ଟିପର୍‌ପଜ୍‌ କୋପରେଟିଭ୍‌ ସୋସାଇଟି ଲିମିଟେଡ୍‌ରେ ନିବେଶ କରିଥିବା ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯିବ। 

ଆପଣ ବି ନିବେଶ ଟଙ୍କା ଫେରସ୍ତ ପାଇବାକୁ ଚାହୁଁଥିଲେ, ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଭିଜିଟ୍‌ କରିବାକୁ ହେବ । ଏଠାରେ ରିଫଣ୍ଡ୍‌ ପୋର୍ଟାଲ୍‌ରେ କ୍ଲିକ୍‌ କରନ୍ତୁ। ଏହାପରେ ଏକ ଫର୍ମ ଫିଲ୍‌ପ୍‌ କରି ସବ୍‌ମିଟ୍‌ ଉପରେ କ୍ଲିକ୍‌ କରନ୍ତୁ। ଏଭଳି ଭାବରେ ସମସ୍ତ ଆବେଦନକାରୀ ନିବେଶ ଟଙ୍କା ଫେରି ପାଇବେ।