କମେଣ୍ଟ ମାରି ଫସିଗଲେ, ବଡ଼ ଭଉଣୀଙ୍କୁ କମେଣ୍ଟ ମାରିବାରୁ ୨ ରୋମିଓଙ୍କୁ ଗୋଡେଇ ପିଟିଲା ସାନ ଭଉଣୀ ଦେଖନ୍ତୁ ଭିଡ଼ିଓ

 

ମହାରାଷ୍ଟ୍ରର ଔରଙ୍ଗାବାଦ ସହରରୁ ଏକ ଏଭଳି ଭିଡ଼ିଓ ସମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଏଠାରେ କମେଣ୍ଟ ମାରିବାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ରୋଡ଼ ରୋମିଓକୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଜଣେ ଯୁବତୀ।

ଏହି ଘଟଣା ମୁତାବକ ଔରଙ୍ଗାବାଦର ସୂତାନଗରୀ ଛକ ନିକଟରେ ଦୁଇ ବାଇକ ଆରୋହି ଜଣେ ଯୁବତୀଙ୍କୁ ଅଟକାଇ ଅସଦାଚରଣ କରିଥିଲେ। ଏହି ସମୟରେ ଯୁବତୀଙ୍କ ସାନ ଭଉଣୀ ସେଠାରେ ପହଞ୍ଚି ଦୁଇ ରୋଡ଼ ରୋମିଓଙ୍କୁ ଗାଳି କରିବା ସହ ପିଟିବା ଆରମ୍ଭ କରିଥିଲେ।

ତେବେ ଯୁବତୀଙ୍କ ସାହସୀକତା ଦେଖି ଜଣେ ଯୁବକ ବାଇକ ଛାଡ଼ି ପଳାଇଥିବା ବେଳେ ଅନ୍ୟଜଣେ ଯୁବତୀଙ୍କ ହାବୁଡ଼ରେ ପଡି ଯାଇଥିଲେ। ତାପରେ ସେଠାରେ ଯୁବତୀଙ୍କ ସାନ ଭଉଣୀର ଉଗ୍ରରୂପ ଦେଖିବାକୁ ମିଳିଥିଲା, ଧରାପଡିଥିବା ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଏହି ଯୁବତୀ।

ତେବେ ହୋହାଲ୍ଲା ଶୁଣି ସେଠାରେ ବହୁତ ଲୋକ ରୁଣ୍ଡ ହୋଇଯାଇ ଘଟଣାର ଭିଡ଼ିଓ ରେକର୍ଡ କରିବାକୁ ଲାଗିଥିଲେ। କ୍ୟାମେରାରେ କଏଦ ହୋଇଥିବା ଏହି ସବୁ ଦୃଶ୍ୟ ଇଣ୍ଟରନେଟରେ ଅପଲୋଡ଼ ହେବାପରେ ଏହା ବହୁତ ଭାଇରାଲ ହେଉଛି। ଏଥିସହ ଲୋକେ ଯୁବତୀ ଦେଖାଇଥିବା ସାହସ ପାଇଁ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି।