ଦେଖନ୍ତୁ ଭୟାନକ ଭିଡ଼ିଓ: ରାସ୍ତା ପାର କରୁଥିଲା ବିଶାଳ ଅଜଗର, ରାସ୍ତା ହେଲା ଜାମ୍, ଦେଖିବାକୁ ଜମିଲା ଲୋକଙ୍କ ଭିଡ଼

 

ରାସ୍ତାରେ ଯାତ୍ରା କରୁଥିବା ସମୟରେ ଆମକୁ ଅନେକ ବିଚିତ୍ର ଏବଂ ଅବିଶ୍ୱାସନୀୟ ଦୃଶ୍ୟ ଦେଖିବାକୁ ମିଳିଥାଏ। ଥରେ ଚିନ୍ତା କରନ୍ତୁ ରାସ୍ତାରେ ଗାଡ଼ି ଚଳାଉଥିବା ବେଳେ ହଠାତ ଆଗକୁ ଯଦି ଏକ ଅଜଗର ସାପ ଚାଲିଆସେ ତେବେ ଆପଣଙ୍କ ରିଆକ୍ସନ କଣ ହେବ? କୋଚି ସ୍ଥିତ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ପ୍ରକୃତରେ କୋଚି ସ୍ଥିତ ସିପୋର୍ଟ ବିମାନବନ୍ଦର ପାଖ ରାସ୍ତାରେ ଏକ ବିରାଟ ଅଜଗର ସାପ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ ଏଠାରେ ଅନେକ ଗାଡି ମୋଟର ଯାଉଥିବା ବେଳେ ଏହି ଅଜଗର ସାପଟି କାହାକୁ ଭୂକ୍ଷେପ ନ କରି ରାସ୍ତାପାର ହେବାକୁ ଚେଷ୍ଟା କରୁଥିଲା। ଚାହୁଁ ଚାହୁଁ ସାପଟିକୁ ଦେଖିବା ପାଇଁ ଏକାଧିକ ଲୋକେ ରୁଣ୍ଡ ହୋଇଯାଇଥିଲେ ଏବଂ ରାସ୍ତା ଜାମ୍ ହୋଇଯାଇଥିଲା।

ଦେଖନ୍ତୁ ଭିଡ଼ିଓ:-

ଏତେ ବଡ଼ ସାପକୁ ରାସ୍ତା ଉପରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇପଡିଥିବା ବେଳେ ଅଜଗରଟି କିପରି ସୁରକ୍ଷିତ ଭାବରେ ରାସ୍ତା ପାର ହୋଇପାରିବ ସେଥିନେଇ କେତେକ ଯୁବକ ଅନ୍ୟ ଗାଡ଼ି ଗୁଡିକୁ ଅଟକାଉଥିବା ଦେଖିବାକୁ ମିଳିଥିଲା। ତେବେ, ସାପଟି ରାସ୍ତାରୁ ଚାଲିଯିବା ପରେ ସେଠାରେ ଗମନାଗମନ ସ୍ୱାଭାବିକ ହୋଇଥିଲା।