ନିଯୁକ୍ତି ପାଇବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଏହି ଛୋଟ କାରଣରୁ ମହିଳା ପୋଲିସ ଅଧିକାରୀଙ୍କ ଚାଲିଗଲା ଚାକିରୀ

 

ରିଲ୍ସ ପାଇଁ ଚାଲିଗଲା ଚାକିରୀ! ଆଜ୍ଞା ହଁ, ରିଲ୍ସ କରି ଚାକିରୀ ହରାଇଛନ୍ତି ଜଣେ ମହିଳା ପୋଲିସ ଅଧିକାରୀ। ତାହା ପୁଣି ନିଯୁକ୍ତି ପାଇବାର ମାତ୍ର ୪୮ ଘଣ୍ଟା ମଧ୍ୟରେ। କଥାଟି ବିଶ୍ୱାସ ହେଉନଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ। ଉତ୍ତରପ୍ରଦେଶ ସ୍ଥିତ ଆଗ୍ରାରୁ ଏଭଳି ଘଟଣା ସାମ୍ନାକୁ ଆସିଛି।

 

ମିଳିଥିବା ସୂଚନା ଅନୁଯାଇ ପ୍ରିୟଙ୍କା ମିଶ୍ର ୨୦୨୦ମସିହାରେ ପୁଲିସ ବିଭାଗରେ ଜଣେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ତାଙ୍କୁ ୨୦୨୧ ମସିହାରେ ଝାନ୍ସୀରେ ତାଲିମ ପରେ ଆଗ୍ରା ପଠାଯାଇଥିଲା ଏବଂ ଏମଏମ ଗେଟ ପୁଲିସ ଷ୍ଟେସନର ମହିଳା ହେଲ୍ପ ଡେସ୍କରେ ପୋଷ୍ଟ କରାଯାଇଥିଲା। ତେବେ, ଡ୍ୟୁଟିରେ ଥିବା ସମୟରେ ହିଁ ପ୍ରିୟଙ୍କା ସର୍ଭିସ୍ ରିଭଲଭର୍ ଧରି ରିଲ୍ସ ପୋଷ୍ଟ କରିଥିଲେ।

ଯେଉଁଥିପାଇଁ ତାଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ତେବେ, ପରିବାରର ଆର୍ଥିକ ଅବସ୍ଥା ଖରାପ ରହିଛି ଏବଂ ଜୀବନ ବିତାଇବା ପାଇଁ ଏହି ଚାକିରୀ ନିତ୍ୟାନ୍ତ ଜରୁରୀ ବୋଲି ପ୍ରିୟଙ୍କା କ୍ଷମା ପ୍ରାର୍ଥନା କରିବା ସହିତ କହିଥିଲେ। ଏହାକୁ ନେଇ ଘଟଣାର ତଦନ୍ତ ସହକାରୀ ପୁଲିସ କମିଶସନରଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା।

ଏହି ମାମଲାରେ କିରାଣୀ ଜିତେନ୍ଦ୍ର ପ୍ରିୟଙ୍କା ମିଶ୍ରଙ୍କ ସହ ଜଡିତ ତଥ୍ୟ ଲୁଚାଇ ପୁଲିସ ସେବାକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ, ସତ ଜଣାପଡିବା ପରେ ଜିତେନ୍ଦ୍ର ଏବଂ ପ୍ରିୟଙ୍କାଙ୍କୁ ପୁଣିଥରେ ୪୮ ଘଣ୍ଟା ମଧ୍ୟରେ ନିଲମ୍ବିତ କରାଯାଇଛି।

ଆହୁରି ପଢ଼ନ୍ତୁ:- ବିଜୟା ଦଶମୀରେ ମା ଦୁର୍ଗା ଖୋଲିବେ ଏହି ୫ଟି ରାଶିର ଭାଗ୍ୟ, ଆରମ୍ଭ ହେବ ଭଲ ଦିନ, ହେବେ ଲାଭବାନ