ସୋସିଆଲ ମିଡ଼ିଆରେ ନିଜ ବିବାହ ବିଛେଦ କୁ ନେଇ ବିବାଦରେ ପ୍ରିୟଙ୍କା ଚୋପ୍ରା, କାହିଁକି କଲେ ଏମିତି, ଜାଣନ୍ତୁ କଣ ଏହି ଘଟଣା

 

ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ବିବାହ ପରଠାରୁ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସେମାନଙ୍କୁ ଏକାଠି ଖୁସି ଥିବା ଦେଖିବାକୁ ମିଳିଥିବା ବେଳେ ପର୍ବପର୍ବାଣୀକୁ ସାଥି ହୋଇ ପାଳନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ତେବେ, ନିକ୍-ପ୍ରିୟଙ୍କା ଯୋଡି ବର୍ତ୍ତମାନ ଭିନ୍ନ ଏକ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ପ୍ରକୃତରେ ପ୍ରିୟଙ୍କା ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଜୋନାସ ଟାଇଟଲ ହଟାଇ ଦେଇଛନ୍ତି। ଏହା ଜାଣିବା ପରେ ଲୋକେ ବିଭିନ୍ନ ପ୍ରକାରର ଆକଳନ କରିବାକୁ ଲାଗିଛନ୍ତି। ଏପରିକି ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରିୟଙ୍କା ଏବଂ ନିକ୍ ୧ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ। କିଛି ଦିନ ତଳେ ସେମାନେ ଏକ ନୂଆ ଘର କିଣିବା ସହ ଦୀପାବଳିକୁ ସାଥି ହୋଇ ପାଳନ କରିଥିଲେ।