ଦେଶ ଏବଂ ରାଜ୍ୟ ପାଇଁ କେମିତି କଟିବ ବର୍ଷ ୨୦୨୪? କିଏ ହେବ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ କଣ କହୁଛି ଜ୍ୟୋତିଷଶାସ୍ତ୍ର

 

ଶେଷ ହୋଇଛି ୨୦୨୩ ହର୍ଷଉଲ୍ଲାସର ସହିତ ସମସ୍ତେ ନୂଆବର୍ଷ ୨୦୨୪କୁ ସ୍ୱାଗତ ଜଣାଇଛନ୍ତି। ତେବେ, ୨୦୨୪ରେ ନିର୍ବାଚନ ରହିଥିବା ହେତୁ ଏହା ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ୨୦୨୪ରେ କିଏ ନିର୍ବାଚନ ଜିତି ସରକାର ଗଠନ କରିବ ତାହା ଏକ ବଡ଼ ପ୍ରଶ୍ନ ଅଟେ। ଏଥିନେଇ ଜ୍ୟୋତିର୍ବିଦମାନେ କିଛି ଆକଳନ କରିଛନ୍ତି। 

ଆକଳନ ଅନୁଯାଇ ୨୦୨୪ର ସମସ୍ତ ସଂଖ୍ୟା ଗୁଡିକୁ ମିଶାଇଲେ ୮ ହେଉଛି। ଯାହାକି ଶନିଦେବ ଏବଂ ନ୍ୟାୟର ପ୍ରତୀକ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଛା ଲଗ୍ନ ହୋଇଥିବା ବେଳେ ୨୦୨୮ ପର୍ଯ୍ୟନ୍ତ ମଙ୍ଗଳ ମହାଦୋଷ ଚାଲୁରହିବ। ପୁଣି ଆଗକୁ ନିର୍ବାଚନ ଯେଉଁ ସମୟରେ ମଙ୍ଗଳ ମହାଦୋଷାରେ ଶନି ଅନ୍ତର୍ଦୋଷା ଚାଲିବ। ତେଣୁ, ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦୀ ଅବଶ୍ୟ ବିଜୟୀ ହେଲେ ବୋଲି ଅନୁମାନ କରାଯାଉଛି।

ସେହିପରି ଭାବରେ ୨୦୨୪ ମସିହାରେ ଭାରତରେ କିଛି ଟେରର୍ ଆଟାକ୍ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ, ସରକାର ଏହାର ସକ୍ଷମ ମୁକାବିଲା କରିବେ ବୋଲି ଭବିଷ୍ୟବାଣୀ ହୋଇଛି। ସେହିପରି ଭାରତ ପ୍ରତି କୌଣସି ଅନ୍ତର୍ଜାତୀୟ ବିପଦ ମଧ୍ୟ ନାହିଁ। ଚଳିତବର୍ଷ କୌଣସି ପ୍ରକାର ମହାମାରୀ ହେବାର ସମ୍ଭାବନା ନାହିଁ।

ସେହିପରି ଭାବରେ ରାଜ୍ୟ ଓଡିଶା କଥା କହିବାକୁ ଗଲେ ବିଜେଡି ପୁଣିଥରେ ନବୀନଙ୍କ ନେତୃତ୍ୱରେ ନିର୍ବାଚନ ଜିତିବ। କିନ୍ତୁ, ଚଳିତବର୍ଷ ମୁଖ୍ୟମନ୍ତ୍ରୀଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଆହୁରି ବଢ଼ିଯାଇପାରେ। ମୁଖ୍ୟମନ୍ତ୍ରୀଙ୍କର ଶୁକ୍ର ମହାଦୋଷା ବୃହସ୍ପତିରେ ରହିଛି, ଯାହାକି ୦୪/୦୭/୨୦୨୪ ପର୍ଯ୍ୟନ୍ତ ଚାଲିବ। ୦୪/୦୭/୨୦୨୪ ରୁ ୦୩/୦୯/୨୦୨୭ ପର୍ଯ୍ୟନ୍ତ ଶୁକ୍ର ମହାଦୋଷାରେ ଶନି ମହାଦୋଷା ଚାଲିବ। ଯାହାକି ମୁଖ୍ୟମନ୍ତ୍ରୀଙ୍କୁ କିଛିପାଦ ପଛକୁ ଟାଣିପାରେ।

ଚଳିତବର୍ଷ ଦେଶର ଅର୍ଥନୀତି ତଳକୁ ଯିବନାହିଁ ବରଂ ଏହା ଉପରକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଅଛି। ସେହିପରି ରାଜ୍ୟ ଏବଂ ଦେଶର ଅପରାଧିକ ହାର ମଧ୍ୟ କମିବ। ପୋଲିସ ଏବଂ ପ୍ରଶାସନ ନିଜର କର୍ତ୍ତବ୍ୟ ଠିକ୍ ଭାବରେ ସମ୍ପାଦନ କରିବେ। ମୋଟାମୋଟି ଭାବରେ ଚଳିତବର୍ଷ ଉଭୟ ରାଜ୍ୟ ଏବଂ ଦେଶ ପାଇଁ ଶୁଭ ସାବ୍ୟସ୍ତ ହେବ। 

ଆହୁରି ପଢ଼ନ୍ତୁ:- ଆସିଗଲା ଇଣ୍ଡିଆ ପୋଷ୍ଟର ନୂଆ ସ୍କିମ୍, ମାତ୍ର ୧୫୦୦ ଟଙ୍କା ବିନିଯୋଗ ରେ ମିଳିବ ୩୧ ଲକ୍ଷ ଟଙ୍କା