ରୋଭର୍ ପଠାଇଥିବା ଚନ୍ଦ୍ରର ପ୍ରଥମ ଭିଡିଓରେ ମିଳିଲା ଏଲିୟନଙ୍କ ସନ୍ଧାନ! କିଏ ସେ ଯିଏ ଏଲିୟନ ଖୋଜୁଛି? ଜାଣନ୍ତୁ ପୁରା ଖବର

 

ଚନ୍ଦ୍ର ପୃଷ୍ଠରେ ପ୍ରଜ୍ଞାନ ର ଅବତରଣ ପରେ ସମସ୍ତେ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି ପ୍ରଜ୍ଞାନ କୁ। ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ପରେ ଭାରତର ବୈଜ୍ଞାନିକ ମାନେ ବେଶ୍ ଆଗ୍ରହର ସହ ନିରୀକ୍ଷଣ କରୁଛନ୍ତି ପ୍ରଜ୍ଞାନର ଫୁଟେଜକୁ। ସମୟ ସମୟ ଧରି ଇସ୍ରୋ ର ବୈଜ୍ଞାନିକ ମାନେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଅନେକ ଗୁରୁତ୍ୱପୂର୍ଣ ଫୁଟେଜ ମଧ୍ୟ ସେୟାର କରୁଛନ୍ତି।

ଏପଟେ ପ୍ରଜ୍ଞାନ ହାତରେ ୧୪ ଦିନ ସମୟ ଥିଲା ବେଳେ ସେ ବିକ୍ରମ ରୁ ବିଚ୍ଛିନ୍ନ ହୋଇ ଆରମ୍ଭ କରିଦେଇଛି ନିଜ କାର୍ଯ୍ୟ । ପ୍ରଜ୍ଞାନ ର ମୁଖ୍ୟ ଲକ୍ଷ୍ୟ ରହିଛି ଚନ୍ଦ୍ର ପୃଷ୍ଠରେ ଜୀବନ ର ସନ୍ଧାନ କରିବା । ଜଳ ଖଣିଜ ପ୍ରଦର୍ଥ ଠାବ କରିବା ଜଳ ଯୋଉଠି ଜୀବନ ସେଇଠି ଯଦି ଆମକୁ ଜଳର ସନ୍ଧାନ ମିଳିଯାଏ ତେବେ ଏହା ନିଶ୍ଚିତ ହେଇଯିବ ଯେ ଚନ୍ଦ୍ରରେ ଜୀବନ ରହିଛି।

ପ୍ରଜ୍ଞାନ ଦ୍ବାରା ଇସ୍ରୋ କୁ ପ୍ରେରିତ ପ୍ରଥମ ଭିଡ଼ିଓ ରେ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ଆଖିସାମ୍ନକୁ ଆସିଛି ଯେଉଁଥିରେ ଏଲିୟେନ ମାନଙ୍କର ଛାପ ରହିଥିବାର ସନ୍ଧେହ କରାଯାଉଛି । ଏଲିୟେନ ମାନଙ୍କର ଅସ୍ତିତ୍ୱକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ।ଯଦି ପ୍ରଜ୍ଞାନ ଏଲିୟେନ ମାନକୁ ଠାବ କରିନିଏ ତେବେ ସାରାଦିନ ପାଇଁ ଏ ପ୍ରଶ୍ନ ର ଉତ୍ତର ଆମକୁ ମିଳିଯିବ। ତେବେ ଏବେବି ବାକି ରହିଛି ଚନ୍ଦ୍ର ବିଷୟରେ ଅନେକ ତଥ୍ୟ ଯାହା ସମୟ ସହିତ ସ୍ପଷ୍ଟ ରହିବ ।

ଏବେ ସମସ୍ତଙ୍କର ନଜର ରହିଛି ଏହି ୧୪ ଦିନ ମଧ୍ୟରେ ପ୍ରଜ୍ଞାନ କଣ ସବୁ ତଥ୍ୟ ସଂଗ୍ରହ କରିପାରୁଛି । କାରଣ ପ୍ରଜ୍ଞାନ ର ତଥ୍ୟ ଉପରେ ଇତିହାସ ର ପରିବର୍ତନ ନିର୍ଭର କରେ ।