ନେତାଙ୍କ ରୋମାନ୍ସ ପଡ଼ିଲା ମହଙ୍ଗା!! ରାତି ବିତାଇବା ପରେ ଟଙ୍କା, ସୁନା ଏବଂ ମୋବାଇଲ ଲୁଟିନେଲେ ଦେହଜୀବୀ….

 

ଦେହଜୀବୀଙ୍କ ସହିତ ରାତି ବିତାଇବା ପଡ଼ିଲା ମହଙ୍ଗା। ରାଜନେତାଙ୍କ ସହିତ ରୋମାନ୍ସ କରିବା ପରେ କଳାକନା ବୁଲାଇ ଚାଲିଗଲେ ଏହି ସୁନ୍ଦରୀ ଯୁବତୀ। ରାଜନେତା ଜଣକ ଲୋକ ଲଜ୍ଜା ଭୟରେ ଚୋରି ହୋଇଥିବା ନେଇ ଏତଲା ଦେଇଛନ୍ତି। ନେତାଙ୍କୁ ପଚରା ଉଚରା ବେଳେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାଇ ନେତା ଜଣଙ୍କ ଏକ ପ୍ରତିଷ୍ଠିତ ରାଜେନୈତିକ ଦଳର ଉପକୂଳ ଓଡିଶା 'ଜିଲ୍ଳା ସମ୍ପାଦକ' ଅଟନ୍ତି। ଦୁଇ ବର୍ଷ ତଳେ ପୁରୀର ଏକ ହୋଟେଲରେ ତାଙ୍କର ସୋନାଲି ନାମକ ଜଣେ ଦେହଜୀବୀଙ୍କ ସହିତ ଦେଖା ହୋଇଥିଲା। ତେବେ, କିଛି ଦିନ ତଳେ ଏହି ରସିକିଆ ନେତାଙ୍କର ରୋମାନ୍ସ କରିବାକୁ ଇଚ୍ଛା ହୋଇଥିଲା। ସେଥିପାଇଁ ସେ ସୋନାଲିଙ୍କୁ ଭୁବନେଶ୍ୱର ଡକାଇ ଥିଲେ। ୫ ହଜ଼ାର ଟଙ୍କାରେ ଡ଼ିଲ୍ ମଧ୍ୟ ହୋଇଥିଲା।

କୁହାଯାଇଥିବା ଜାଗାରେ ସୋନାଲି ଠିକ ସମୟରେ ପହଞ୍ଚି ଯାଇଥିଲେ। ଏହାପରେ ମଦ୍ୟପାନ, ନାଚଗୀତ ସହିତ ରୋମାନ୍ସ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ, ଅତ୍ୟଧିକ ମଦ୍ୟପାନ କରିଥିବା ନେତା ଜଣକ ବେହୋସ ହୋଇ ଶୋଇ ପଡ଼ିଥିଲେ। ସେ ଶୋଇଯିବା ପରେ ସୋନାଲି ତାଙ୍କ ପାଖରେ ଥିବା ଟଙ୍କା, ସୁନା ଏବଂ ଦାମୀ ମୋବାଇଲକୁ ଚୋରି କରି ନେଇଥିଲା। ପରଦିନ ନେତା ବାବୁଙ୍କର ନିଦ ଭାଙ୍ଗିଲା ବେଳକୁ ସୋନାଲି କଳାକନା ବୁଲାଇ ଦେଇଥିବା ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷରେ ଏତଲା ପାଇବା ପରେ ସହିଦନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।