ଗୋ ମୂତ୍ରରେ କାହିଁକି ସ୍ନାନ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ! ୧୦ ପ୍ରକାର ସ୍ନାନ କରିବେ, ଜାଣନ୍ତୁ ପୁରା ଖବର
Follow our WhatsApp channel and get all the Latest news
ଶୁଣିବାକୁ ମିଳୁଛି ଯଜମାନମାନଙ୍କୁ ପ୍ରତିଷ୍ଠା କାର୍ଯ୍ୟରେ ଭାଗ ନେବା ପୂର୍ବରୁ ୧୦ ପ୍ରକାରର ସ୍ନାନ ସରାୟୁ ନଦୀରେ କରିବାକୁ ପଡ଼ିବ । ଏହି ସ୍ନାନ ମଧ୍ୟ କେତେ ପ୍ରକାରର ବିଶେଷ ଦ୍ରବ୍ୟର ମିଶ୍ରଣରେ କରାଯିବ । ଯେପରିକି ; ଗୋ ମୂତ୍ର , ଗାଈ କ୍ଷୀର , ମହୁ , ଘିଅ , ଦହି ଇତ୍ୟାଦି । ଏପରିକି ରାମଙ୍କୁ ମଧ୍ୟ ଏହି ନଦୀରେ ସ୍ନାନ କରାଯିବ ।
ଏହା ପରେ ରାମଙ୍କ ଆଖିରେ ପଟି ବନ୍ଧାଯାଇ ତାଙ୍କୁ ଗର୍ଭ ଗୃହରେ ସ୍ଥାପନ କରାଯିବ । ଏହି ପରି ଭାବେ ୫୦ ପ୍ରକାରର ରୀତି ନୀତି ରହିଛି । ଯାହା ସମାପ୍ତ ହେବା ପରେ ଜାନୁୟାରୀ ୨୨ ତାରିଖ ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରାମଲାଲାଙ୍କ ଆଖିରୁ ପଟି ଖୋଲାଯାଇ ତାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ ।