୨୧ ବର୍ଷ ବୟସରେ ଅଫିସର, ପ୍ରଥମ ପୋଷ୍ଟିଂରେ ଲାଞ୍ଚ ନେଇଥିବା ବେଳେ ଧରାପଡିଲେ, ଆଉ ତାପରେ...

 

ଚର୍ଚ୍ଚାରେ ଝାଡ଼ଖଣ୍ଡର ଆଉ ଜଣେ ମହିଳା ଅଧିକାରୀ। ନିଜର ପ୍ରଥମ ପୋଷ୍ଟିଂରେ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସମବାୟ ବିଭାଗର ସହକାରୀ ନିବନ୍ଧକ ମିତାଲି ଶର୍ମା। ମାତ୍ର ୧୦ ହଜ଼ାର ଟଙ୍କା ଲାଞ୍ଚ ପାଇଁ ତାଙ୍କର ଚାକିରୀ ଚାଲିଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁଯାଇ ୨୧ ବର୍ଷ ବୟସରେ ଝାଡଖଣ୍ଡ ପବ୍ଲିକ୍‌ ସର୍ଭିସ କମିଶନ ପରୀକ୍ଷାରେ ପାସ୍‌ ହୋଇ ଅଫିସର ହୋଇଥିବା ମିତାଲି ଶର୍ମାଙ୍କର କୋଡରମା ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ହୋଇଥିଲା। ୧୬ ଜୁନ୍ ୨୦୨୩ରେ ସମବାୟ ବିଭାଗର ସହକାରୀ ରେଜିଷ୍ଟ୍ରାର ମିତାଲି ଶର୍ମା କୋଡରମା ବାଣିଜ୍ୟ ବୋର୍ଡ ଯାଞ୍ଚ କରିଥିଲେ।

ଏହି ସମୟରେ ସେ କିଛି ତ୍ରୁଟି ଦେଖିଥିଲେ। ଏହା ପରେ ସେ କୋଡରମା ବ୍ୟାପର ମଣ୍ଡଳ ସହଯୋଗ ସମିତି ଲିମିଟେଡର ସଦସ୍ୟମାନଙ୍କୁ ସ୍ପଷ୍ଟୀକରଣ ଦେବାକୁ କହିଥିଲେ। ଏଥିପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚର ଡିଲ୍‌ ଫାଇନାଲ ହୋଇଥିବା ସୂଚନା ମିଳିଛି। 

ପ୍ରଥମେ କୋଡେରମା ବ୍ୟାପର ମଣ୍ଡଳ ସହଯୋଗ ସମିତି ସଦସ୍ୟ ରମେଶ୍ୱର ପ୍ରସାଦ ଯାଦବ ଏସିବି ଆଗରେ ମିତାଲି ଶର୍ମାଙ୍କ ନାମରେ ଅଭିଯୋଗ କରିଥିଲେ।

ତେବେ, ତାଙ୍କୁ ଧରିବା ପାଇଁ ଏସିବି ଜାଲ ବିଛାଇଥିଲା। ଘଟଣାଦିନ ମିତାଲି ଲାଞ୍ଚ ନେଉଥିବା ବେଳେ ଏସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯେଉଁଥିରେ ୧୦ ହଜ଼ାର ଟଙ୍କା ସହିତ ମିତାଲି ଧରାପଡ଼ିଥିଲେ।

ଆହୁରି ପଢ଼ନ୍ତୁ:- ପୋଲିସ ଓ ଏଟିଏସ୍ ହାତରେ ଲାଗିଛି ବଡ଼ ତଥ୍ୟ, ୫୦ ଦିନରେ ଲୁଚି ଛପି ପାକିସ୍ତାନକୁ କଣ ତଥ୍ୟ ଦେଇଛି ସୀମା?