ରାମ ରାଜ୍ୟରେ ମିଳିଲା ଓଡ଼ିଆ ଭାଷାକୁ ପ୍ରାଧାନ୍ୟ, ସର୍ବା ଉପରେ ଲେଖାଗଲା ଓଡ଼ିଆ, ଦେଖନ୍ତୁ ଏହି ଫଟୋ

 

ସଭା ଉପରେ ରହିଲା ଓଡିଆ ଭାଷା। ରାମଙ୍କ ରାଜ୍ୟରେ ଓଡ଼ିଶା ଓ ଓଡିଆ ଭାଷାକୁ ମିଳିଛି ପ୍ରଥମ ପ୍ରାଧାନ୍ୟ। ଯାହାକୁ ଦେଖି ଓଡ଼ିଆଙ୍କ ମନ ପୁରା କୁଣ୍ଢେମୋଟ ହୋଇ ଯାଉଛି। ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଥିବା ବେଳେ ଓଡ଼ିଆଙ୍କୁ ମିଳିଛି ଏଭଳି ଏକ ଖୁସି ଖବର।

ଭାଇରାଲ ହେଉଥିବା ଏକ ଫୋଟୋ ହିଁ ସବୁ ସତ କହି ଦେଉଛି। ସେହି ଫଟୋଟି ଅଯୋଧ୍ୟା ଜଙ୍କସନର ଅଟେ। ସେଠାରେ ଏହାର ନାମ ଅନ୍ୟ ସମସ୍ତ ଭାଷାରେ ଲେଖା ଯାଇଥିବା ବେଳେ ସବୁଠାରୁ ଉପରେ ରହିଛି ଓଡ଼ିଆ ଭାଷା। ଓଡ଼ିଶା ଏବେ ପଛୁଆ ରାଜ୍ୟ ହୋଇ ରହିନାହିଁ, ଓଡ଼ିଶା କୁ ଆଉ ପଛରେ ଗଣାଯିବ ନାହିଁ। 

Follow our WhatsApp channel and get all the Latest news.

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:-

WhatsApp Channel (Join Now) Join Now

ସମସ୍ତଙ୍କର ଦୃଷ୍ଟି ପ୍ରଥମେ ଓଡିଆ ଭାଷା ଉପରେ ହିଁ ପଡିବ। ଏବେ ଏହି ଗୋଟିଏ ଫଟୋ ହିଁ ଓଡ଼ିଶା ଏବେ କେତେ ଉପରେ ତାହା ବଖାଣୁଅଛି। ଜଗନ୍ନାଥଙ୍କ କ୍ଷେତ୍ର ଓଡ଼ିଶାକୁ ଶ୍ରୀ ରାମଙ୍କ କ୍ଷେତ୍ର ଅଯୋଧ୍ୟାରେ ପ୍ରଥମ ପ୍ରାଧାନ୍ୟ ଦିଆଯାଇଥିବା ହେତୁ ସମସ୍ତେ ପୁରା ଖୁସ୍। ଏବେ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଓଡ଼ିଶା ପୁରା ଖୁସ।

ଅପର ପକ୍ଷରେ ଏହା ଦେଖି ଅଲଗା ରାଜ୍ୟ ଏବେ ଈର୍ଷା ରେ ଜଳୁଛନ୍ତି। ଫଟୋରୁ ଜଣା ପଡ଼ିଛି ଯେ ଏହା ଅଯୋଧ୍ୟା ଜଙ୍କସନରେ ଲାଗିଥିବା ଏକ ବୋର୍ଡ ଅଟେ, ଯାହାକୁ ଅଜୋଧ୍ୟା ନଗର ନିଗମ ଦ୍ବାରା ଲଗାଯାଇଅଛି। ଓଡ଼ିଶା ତାର ନିଜର ପରମ୍ପରା ଓ ଐତିହ୍ୟ ପାଇଁ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଆଗକୁ ମଧ୍ୟ ଏହିଭଳି ଭାବରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯିବ ବୋଲି ଓଡ଼ିଶାବାସୀ ଆଶା ରଖିଛନ୍ତି।