କୋଟିପତି ନୀତା ଅମ୍ବାନୀଙ୍କର ଲାଇଫଷ୍ଟାଇଲ୍ ଦେଖି ତାଯୁବ ଦେବେ ଆପଣ, ପିଅନ୍ତି ୩ ଲକ୍ଷ ଟଙ୍କାର ଚା' ଏବଂ...

 

ଭାରତର ସବୁଠାରୁ ବଡ଼ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନାମ ଦୁନିଆର ବଡ଼ ବଡ଼ ଧନୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଗଣାଯାଇଥାଏ। ତାଙ୍କ ସ୍ତ୍ରୀ ନିତା ଅମ୍ବାନୀଙ୍କୁ କିଏ ଅବା ନ ଜାଣିଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ସପୋର୍ଟ କରୁଥିବାର ତାଙ୍କୁ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ନିତା ଅମ୍ବାନୀ ପରିବାରରେ ଏକ ରୟାଲ୍ ଲାଇଫ ଷ୍ଟାଇଲ୍ ବଞ୍ଚୁଛନ୍ତି।

ନିତା ଅମ୍ବାନୀ ବିବାହ ପୂର୍ବରୁ ଜଣେ ସାଧାରଣ ପରିବାରର ଅଂଶ ଥିଲେ। ସେ ଏକ ସ୍କୁଲରେ ଶିକ୍ଷୟତ୍ରି ମଧ୍ୟ ଥିଲେ। କିନ୍ତୁ ମୁକେଶ ଅମ୍ବାନୀଙ୍କ ସହିତ ବିବାହ ପରେ ତାଙ୍କର ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଆସିଥିଲା। ବର୍ତ୍ତମାନ ନୀତା ଦୁନିଆର ବଡ଼ ବଡ଼ ଧନୀ ମହିଳାଙ୍କ ଭିତରେ ସାମିଲ ଅଟନ୍ତି।

ତେବେ ନିତାଙ୍କର ରହିବା ଖାଇବା ଠାରୁ ଆରମ୍ଭ କରି ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ। ନିତା ଅମ୍ବାନୀ ନିଜର ଦିନର ଆରମ୍ଭ ୩ ଲକ୍ଷ ଟଙ୍କାର ଚା’ରୁ ହିଁ ଆରମ୍ଭ କରିଥାନ୍ତି। କହିବାର ଅର୍ଥ ହେଉଛି ଯେ ସେ ଯେଉଁ କ୍ରକରି ବ୍ୟବହାର କରନ୍ତି ତାର ମୂଲ୍ୟ ୩ଲକ୍ଷ ଟଙ୍କା ଅଟେ।

ଏହି କ୍ରକେରି ଏକ ଜାପାନୀ ବ୍ରାଣ୍ଡ ନରିଟେକ୍ ଦ୍ବାରା ଖାସ୍ ଏହି ପରିବାର ପାଇଁ ତିଆରି କରାଯାଇଥାଏ। ଆଉ ଏହାକୁ ତିଆରି କରିବାକୁ ୨୪କ୍ୟାରେଟର ଶୁଦ୍ଧ ସୁନା ବ୍ୟବହାର କରାଯାଏ। ନିତା ଅମ୍ବାନୀଙ୍କର କପଡ଼ାର ମୂଲ୍ୟ ମଧ୍ୟ ଲକ୍ଷାଧିକ ଟଙ୍କା ଅଟେ। ଏହା ବ୍ୟତୀତ ଦୁନିଆର ସବୁଠାରୁ ଦାମୀ ଶାଢ଼ୀ ପିନ୍ଧିବାର ରେକର୍ଡ ମଧ୍ୟ ତାଙ୍କ ପାଖରେ ରହିଛି।

କେବଳ ସେତିକି ନୁହେଁ ବରଂ ନିତାଙ୍କ ପାଖରେ ଦୁନିଆର ଦାମୀ ଜୋତା ଏବଂ ହ୍ୟାଣ୍ଡ ବ୍ୟାଗ୍ ମଧ୍ୟ ରହିଛି। ସେ ଗୋଟିଏ ଜୋତା କୁ ବାରମ୍ବାର ପିନ୍ଧନ୍ତିନାହିଁ। ତାଙ୍କ ପାଖରେ ହୀରା ଖଜିତ ହ୍ୟାଣ୍ଡବ୍ୟାଗ ରହିଛି। ନିତା ଅମ୍ବାନୀ ରିଲାଏନ୍ସ କମ୍ପାନୀର ବୋର୍ଡ ମେମ୍ବର୍ ଅଟନ୍ତି। ସେ ଧିରୁଭାଇ ଅମ୍ବାନୀ ସ୍କୁଲ ମଧ୍ୟ ଚଳାଉଛନ୍ତି। ଏହା ବ୍ୟତୀତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନସର ସେ ମାଲିକାଣୀ ମଧ୍ୟ ଅଟନ୍ତି।

ଆହୁରି ପଢ଼ନ୍ତୁ:- ଶାଶୂ ହେବେ ନମିତା, ପୁଅ ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ଓଡ଼ିଆ ଅଭିନେତ୍ରୀ, ହେବେ ଅଗ୍ରୱାଲ ଘରର ବୋହୂ