କଲିକତା ଦୁଷ୍କର୍ମ ଘଟଣାରେ ମମତାଙ୍କ ଉପରେ ବଡ଼ ବୟାନ ଦେଲେ ନିର୍ଭୟାଙ୍କ ମା', ଜାଣନ୍ତୁ କଣ କହିଲେ
ମମତା ବାନାର୍ଜୀଙ୍କୁ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ କହିଲେ ନିର୍ଭାୟାଙ୍କ ମା ଆଶା ଦେବୀ ! ବର୍ତ୍ତମାନ ସମୟରେ କୋଲକାତାର ପରିସ୍ଥିତି ବିଷୟରେ ତ ଆପଣମାନେ ନିଶ୍ଚୟ ଅଳ୍ପ ବହୁତେ ଅବଗତ ଥିବେ । କେବଳ କୋଲକାତା ନୁହେଁ ବରଂ ସମଗ୍ର ଭାରତରେ ଏହାର ପ୍ରଭାବ ରହିଛି । ଏପରିକି ଓଡ଼ିଶାରେ ମଧ୍ୟ । ମେଡିକାଲ କଲେଜର ସମସ୍ତ ଛାତ୍ର ଛାତ୍ରୀ ହୁଅନ୍ତୁ କି ସେ ଡାକ୍ତର । ସମସ୍ତେ ବର୍ତ୍ତମାନ ରାଜରାସ୍ତାରେ ନ୍ୟାୟ ଭିକ୍ଷା କରୁଛନ୍ତି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ନିକଟରେ କୋଲକାତା ହସ୍ପିଟାଲ୍ ରେ ହୋଇଥିବା ଦୁଷ୍କର୍ମ କଥା ତ ଆପଣ ଜାଣିଥିବେ । ହସ୍ପିଟାଲ୍ ରେ ନିଜ ଡ୍ୟୁଟି କରୁଥିବା ସମୟରେ କିଭଳି ଏକ ଲେଡି ଡାକ୍ତର ମୌମିତା ଦୁଷ୍କର୍ମର ଶିକାର ହୋଇଛନ୍ତି । ସତରେ ଆମର ଏ କଳୁଷିତ ସମାଜ ପାଇଁ ଏହା ଅତ୍ୟନ୍ତ ନିନ୍ଦନୀୟ । କେବଳ ରାଜରାସ୍ତା ନୁହେଁ ବରଂ ଏଣିକି ଚାରି କାନ୍ଥ ଭିତରେ ଆଉ କଣ ସତରେ ସୁରକ୍ଷିତ ନାହାନ୍ତି ଝିଅ ?
ପୂର୍ବରୁ ସେ ମହାଭାରତ ହେଉ କି ରାମାୟଣ ସବୁଥିରେ ନାରୀଙ୍କୁ ସବୁଠାରୁ ଉଚ୍ଚ ଆସନ ମିଳୁଥିବା ବେଳେ ବର୍ତ୍ତମାନର କଳୁଷିତ ସମାଜ ନାରୀଙ୍କୁ ଉପଭୋଗର ପାତ୍ର ବନାଇ ଦେଇଛି । ତେବେ କୋଲକାତାର ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ନିର୍ଭୟାଙ୍କ ମା ।
ନିର୍ଭୟା ମାମଲା କଥା ବି ଆପଣ ନିଶ୍ଚିତ ଜାଣିଥିବେ । କାରଣ ନିର୍ଭୟା ମଧ୍ୟ ମୌମିତାଙ୍କ ଭଳି କୌଣସି ଭୁଲ ନ ଥାଇ ମଧ୍ୟ ଦୁଷ୍କର୍ମର ଶିକାର ହୋଇ ପୁଣି ହତ୍ୟାର ଶୀକାର ହୋଇଥିଲା । ତେବେ ନିର୍ଭୟାଙ୍କ ମାଆ ବର୍ତ୍ତମାନ ମୌମିତାଙ୍କ ମାମଲାରେ ମୁହଁ ଖୋଲିଛନ୍ତି ।
ଏବଂ ସିଧା ଟାର୍ଗେଟ କରିଛନ୍ତି କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ । ସେ କହିଛନ୍ତି ମମତା ବାନାର୍ଜୀ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ସେ ଏହି ପରିସ୍ଥିତି ସମ୍ଭାଳିବା ପାଇଁ ଉପଯୁକ୍ତ ନୁହନ୍ତି । ତେଣୁ ନିଜ ପଦବୀରୁ ଇସ୍ତଫା ଦେବା ତାଙ୍କ ପାଇଁ ଭଲ ।