DJ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ଟ୍ଵିଷ୍ଟ! ସାମ୍ନାକୁ ଆସିଲା ପ୍ରେମିକାକୁ ପଠାଇଥିବା ଶେଷ ଭଏସ୍ କଲ୍ ରେକର୍ଡ

 

ଲୋକପ୍ରିୟ ଡ଼ିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ତନାଘନା ଜାରି ରହିଥିବା ବେଳେ ଏଥିନେଇ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ଆଜେକ୍ସ ପ୍ରେମିକା ଜିଜ୍ଞାସାକୁ ପଠାଇଥିବା ଏକ ଇମେଲ୍ ସାମ୍ନାକୁ ଆସିଛି। ପ୍ରେମ ଓ ପ୍ରତାରଣା ପାଇଁ ସେ ଆତ୍ମହତ୍ୟା କରୁଥିବା ନେଇ ଏହି ଇମେଲ୍ ରେ ସ୍ପଷ୍ଟ ଭାବରେ ଲେଖା ହୋଇଥିବା ବେଳେ ଏଥିରେ ଶେଷ ମୁହୂର୍ତ୍ତର କିଛି ଫୋଟୋ ମଧ୍ୟ ରହିଛି।

 ଇ-ମେଲ୍ ମାଧ୍ୟମରେ ସେ ଲେଖିଛନ୍ତି ଯେ,'କହିଥିଲ ନା ଭୂତ ହୋଇଯାଅ ଓ ଗାଏବ ହୋଇଯାଏ, ଦେଖ ଭୂତ ହୋଇଗଲି। ଏତେ ଦୂରକୁ ଯାଉଛି ଯେ ଆଉ କେବେ ଆସିବିନି। ଆଉ କେମିତି ପ୍ରମାଣ କରିଥାନ୍ତି ମୋ ଲଭକୁ। ମରିକି ପ୍ରମାଣ କରିଦେଲି। ଦୁନିଆରୁ ଯାଇକି ମୋ ଲଭକୁ ପ୍ରୁଭ କରିଦେଲି। ଲଭ ୟୁ ଫର ଏଭର ମାଇ ଡିଅର। ସରି ଆଇ କାଣ୍ଟ ଲିଭ ମାଇ ଲାଇଫ ୱିଦ ଆଉଟ ୟୁ, ଗୁଡ ବାଏ'। ମୃତ୍ୟୁ ପୂର୍ବରୁ ମେଲ୍ ମାଧ୍ୟମରେ ଏପରି ଅନେକ କଥା ଲେଖିଛନ୍ତି ସେ। <a href=https://youtube.com/embed/qGpcT57lNH4?autoplay=1&mute=1><img src=https://img.youtube.com/vi/qGpcT57lNH4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">  ମୃତ୍ୟୁ ପୂର୍ବରୁ ପ୍ରେମିକା ଦେଇଥିବା ସାର୍ଟ ପିନ୍ଧିବା ସହିତ ସିଡ୍ୟୁଲ ଇମେଲ ଓ ନିଜ ଭଏସ ରେକର୍ଡିଂ ପଠାଇଥିଲେ ଅକ୍ଷୟ ଓରଫ ଡିଜେ ଆଜେକ୍ସ। ୧୯ ତାରିଖ ଦିନ ସେ ଆତ୍ମହତ୍ୟା କରିଥିବା ବେଳେ ଏହାର ଦୁଇଦିନ ପରେ ପ୍ରେମିକା ଜିଜ୍ଞାସାକୁ ମିଳିଛି ଏହି ମେଲ୍। ଅଡିଓ ଶେଷରେ ଜିଜ୍ଞାସା, ସ୍ମୃତି ରଞ୍ଜନଙ୍କ ପାଇଁ ସେ ମାନସିକ ଚାପରେ ରହୁଥିବା ଏବଂ ତାଙ୍କ ମୃତ୍ୟୁ ପାଇଁ ଏହି ଦୁଇଜଣ ଦାୟୀ ବୋଲି କହିଛନ୍ତି ଆଜେକ୍ସ। ଏହାରି ମଧ୍ୟରେ ପୋଲିସ ତଦନ୍ତ ଜାରି ରଖିବା ସହିତ ଜିଜ୍ଞାସାକୁ ଜେରା କରିଥିବା ଜଣାପଡ଼ିଛି।