ଭାଇରାଲ ହେଉଛି ତପସ୍ୱିନୀ-ସୁମିତଙ୍କ ଏହି ଫୋଟୋ, ଏମିତି କଣ କରୁଛନ୍ତି ସୁମିତ ? ଉଠୁଛି ଅନେକ ପ୍ରଶ୍ନ

 

ତପସ୍ୱିନୀ-ସୁମିତ ବିବାଦରେ ସମାଧାନ ମିଳୁନଥିଲେ ହେଁ ଦିନକୁ ଦିନ ଏହି ଘଟଣାରେ ଆସୁଛି ନୂଆ ନୂଆ ଟ୍ଵିଷ୍ଟ। କେତେବେଳେ ଭିଡ଼ିଓ ତ କେତେବେଳେ ଅଡ଼ିଓ ଭାଇରାଲ ହେଉଥିବା ବେଳେ ଏବେ କିଛି ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ଫୋଟୋରେ ସୁମିତ ସ୍ତ୍ରୀ ତପସ୍ୱିନୀଙ୍କର ଯତ୍ନ ନେଉଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଏହି ଫୋଟୋ ଗୁଡିକରେ ତପସ୍ୱିନୀ ଅସୁସ୍ଥ ଥିବା ଏବଂ ତାଙ୍କ ଦେହରେ ସାଲାଇନ୍ ଲାଗିଥିବା ଦେଖିବାକୁ ମିଳୁଛି। ପାଖରେ ସ୍ୱାମୀ ସୁମିତ ସାଲାଇନ୍ ବୋତଲ ଧରି ବାସିଥିବା ଦେଖିବାକୁ ମିଳୁଛି। ତେବେ, ଏହି ଫୋଟୋ ଗୁଡିକ କେଉଁ ସମୟରେ ସେଥିନେଇ ସଠିକ ସୂଚନା ମିଳିପାରି ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁର ଡାକ୍ତର ସୁମିତ ଏବଂ ତପସ୍ୱିନୀଙ୍କ ମଧ୍ୟରେ ଗତ ମାସେ ହେବ ବିବାଦ ଲାଗି ରହିଛି। ପୂର୍ବରୁ ସୁମିତ ତାଙ୍କୁ କୋର୍ଟ ମ୍ୟାରେଜ୍ କରିଥିଲେ ହେଁ ଏବେ ପତ୍ନୀର ସ୍ୱୀକୃତି ଦେଉନଥିବାରୁ ତପସ୍ୱିନୀ ଏଥିନେଇ ଆଇନର ଆଶ୍ରୟ ନେଇଛନ୍ତି। ଏଥିସହିତ, ଗତ ମାସେ ହେବ ସେ ସୁମିତଙ୍କ ଘର ଆଗରେ ଧାରଣା ଦେଉଛନ୍ତି।