LIC ଧନ ବର୍ଷା ଯୋଜନା କରୁଛି ୨୦୨୪ରେ ମାଲାମାଲ୍, ମାତ୍ର ଥରେ ନିବେଶରେ ପାଇବେ ଭଲ ରିଟର୍ଣ୍ଣ, ଜାଣନ୍ତୁ ପୁରା ଖବର

 
LIC ରେ ମାତ୍ର ଗୋଟିଏ ଥର ବିନିଯୋଗ କରି ସାରା ଜୀବନ ପାଇଁ ହୋଇ ଯାଆନ୍ତୁ ମାଲାମାଲ । LIC ତରଫରୁ ଲାଗୁ ହୋଇଛି ନୂଆ ନିୟମ । ଏଣିକି ବର୍ଷକୁ , ମାସକୁ କି ସପ୍ତାହକୁ ଦେବାକୁ ପଡ଼ିବ ନାହିଁ ଅର୍ଥ । ମାତ୍ର ଗୋଟିଏ ଥର ନିବେଶରେ ହିଁ ବଦଳିଯିବ ଆପଣଙ୍କ ଭାଗ୍ୟ ।

ଯଦି LIC କମ୍ପାନୀ କଥା କୁହାଯାଏ ତେବେ ଭାରତରେ ଏହା ନିଜର କାୟା ବିସ୍ତାର କରି ରହିଛି । ଏହା ବି ସତ ଯେ ଏହି କମ୍ପାନୀ ଦ୍ଵାରା ଲୋକେ ବେଶ୍ ଉପକୃତ ହେଉଛନ୍ତି । ବିଶେଷ କରି ମଧ୍ୟବିତ୍ତ ପରିବାରର ଲୋକେ ନିଜର ସୁବିଧା ଅନୁସାରେ ବିଭିନ୍ନ ସମୟରେ ଓ ବିଭିନ୍ନ ମାଧ୍ୟମରେ ଏହାର ଫାଇଦା ଉଠାଇ ନିଜର ସ୍ଵପ୍ନ ପୂରଣ କରି ପାରୁଛନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ନୂଆ ବର୍ଷରେ ନୂଆ ଭେଟି ଦେଲା LIC । ଜୀବନ ସାରା ଭିତରେ ଥରେ ନିବେଶ ଓ ନିର୍ଦ୍ଧିଷ୍ଟ ସମୟ ପରେ ଏକ ବଡ଼ ରକମର ରିଟର୍ନ । ଜାଣନ୍ତୁ LIC ର ଏହି ନୂତନ ଯୋଜନା ବିଷୟରେ......

LIC ର ଏହି ଯୋଜନା ଅନୁସାରେ ସର୍ବ ନିମ୍ନ ୧୦ ବର୍ଷ କିମ୍ବା ୧୫ ବର୍ଷ ପାଇଁ ଆପଣଙ୍କୁ ଟଙ୍କା ବିନିଯୋଗ କରିବାକୁ ପଡ଼ିବ । ଏହି ଯୋଜନାରେ ସମସ୍ତ ଟଙ୍କା ଥରେ ଜମା କରିବାକୁ ପଡ଼ିବ । ଜମା ହୋଇଥିବା ଟଙ୍କା ନିର୍ଦ୍ଧିଷ୍ଟ ସମୟ ପରେ ଆପଣଙ୍କୁ ୧୦ ଗୁଣରେ ମିଳିବ ।

ଜାଣନ୍ତୁ ଏହି ଯୋଜନାରେ କେତେ ଟଙ୍କା ନିବେଶ କଲେ କେତେ ଟଙ୍କା ରିଟର୍ନ ମିଳିବ ।

ଏହି ଯୋଜନା ଅନୁସାରେ ଆପଣଙ୍କୁ ୧୦ ବର୍ଷ ପାଇଁ ୧୦ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ । ୧୦ ବର୍ଷ ସମୟ ସୀମା ସରିବା ପରେ ଆପଣ ଜମା ଟଙ୍କାର ୧୦ ଗୁଣ ଅର୍ଥାତ୍ ୧ କୋଟି ଟଙ୍କା ରିଟର୍ନ ପାଇବେ । ତେବେ ଯଦି ଜମାକାରୀଙ୍କ ମୃତ୍ୟୁ ଘଟେ ତେବେ ସେ ନାମାଙ୍କନ ପତ୍ରରେ ଲେଖିଥିବା ବ୍ୟକ୍ତିଙ୍କୁ ଏହି ପଇସା ରିଟର୍ନ ମିଳିବ ।

ଏହି ସ୍କୀମ ରେ ୧୮ ବର୍ଷରୁ ଉର୍ଦ୍ଧ୍ବ ଯେ କୌଣସି ବ୍ୟକ୍ତି ସାମିଲ୍ ହୋଇ ପାରିବେ । ଅଧିକ ସୂଚନା ପାଇଁ LIC ଅଫିସ୍ କିମ୍ବା LIC ଏଜେଣ୍ଟଙ୍କ ସହ ପରାମର୍ଶ କରନ୍ତୁ ।