ଆସିଗଲା ଇଣ୍ଡିଆ ପୋଷ୍ଟର ନୂଆ ସ୍କିମ୍, ମାତ୍ର ୧୫୦୦ ଟଙ୍କା ବିନିଯୋଗ ରେ ମିଳିବ ୩୧ ଲକ୍ଷ ଟଙ୍କା

 

ବର୍ତ୍ତମାନ ସମୟରେ ଲୋକେ ସୁରକ୍ଷିତ ଏବଂ ଭଲ ରିଟର୍ଣ୍ଣ ଦେଉଥିବା କୌଣସି ଏକ ସ୍କିମରେ ନିଜ ଟଙ୍କା ବିନିଯୋଗ କରିବା ପାଇଁ ଆଗଭର ରହୁଛନ୍ତି। ଆଜି ଆମ୍ଭେ ଆପଣଙ୍କୁ ଏହିଭଳି ଏକ ସ୍କିମ୍ ବିଷୟରେ କହିବାକୁ ଯାଉଛୁ। ପୋଷ୍ଟାଲ ଦ୍ୱାରା ଆରମ୍ଭ କରାଯାଇଥିବା ଗ୍ରାମ ସୁରକ୍ଷା ଯୋଜନା ଏକ ଭଲ ସ୍କିମ୍ ଅଟେ।

ଏହି ଯୋଜନାରେ ଟଙ୍କା ବିନିଯୋଗ କରିବା ଅତ୍ୟନ୍ତ ସହଜ ହେବାସହିତ ବିନା କୌଣସି ରିସ୍କରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିପାରିବ। ଗ୍ରାମାଞ୍ଚଳରେ ରହୁଥିବା ଜଣେ କ୍ଷୁଦ୍ର ଚାଷୀ ମଧ୍ୟ ଅତି ସହଜରେ ଏଥିରେ ବିନିଯୋଗ କରି ପାରିବେ। ଗ୍ରାମ କୃଷକ ମାନଙ୍କ ଉଦ୍ଦେଶ୍ୟରେ କାମ ଆରମ୍ଭ କରିଥିବା ଇଣ୍ଡିଆ ପୋଷ୍ଟ ବର୍ତ୍ତମାନ ଗ୍ରାମୀଣ କାର୍ଯ୍ୟାକ୍ରମର ଏକ ଅଂଶ ଭାବରେ ଗ୍ରାମ ସୁରକ୍ଷା ଯୋଜନା ଆରମ୍ଭ କରିଛି।

ଏହି ଯୋଜନାରେ ଆପଣ ପ୍ରତିମାସରେ ୧୫୦୦ ଟଙ୍କା ବିନିଯୋଗ କରିଲେ ପ୍ରାୟ ୩୧ ରୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇପାରିବେ। ୧୯ ବର୍ଷରୁ ୫୫ ବର୍ଷ ମଧ୍ୟରେ ଯେ କୌଣସି ବ୍ୟକ୍ତି ଏଥିରେ ବିନିଯୋଗ କରି ପାରିବେ। ଏହି ସ୍କିମରେ ସର୍ବନିମ୍ନ ଜମା ରାଶି ୧୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ଏହି ଯୋଜନାରେ ବିନିଯୋଗ କରିଲେ ଆପଣ ଏହାର ପ୍ରିମିୟମକୁ ମାସିକ, ତ୍ରୟୋମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ପ୍ରଦାନ କରିପାରିବେ। ଯଦି ବ୍ୟକ୍ତି ୫୫ ବର୍ଷରେ ପରିପକ୍ୱତା ଗ୍ରହଣ କରନ୍ତି ତେବେ ମାସିକ ପ୍ରିମୀୟମ ୧୫୧୫ ଟଙ୍କା ବ୍ୟୟ ଜମା କରିବେ। ୫୮ ବର୍ଷ ପାଇଁ ୧୪୬୪ ଟଙ୍କା ଏବଂ ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ଜମା କରିବାକୁ ପଡ଼ିବ। 

ଏହି ବିନିଯୋଗରେ ଆପଣଙ୍କୁ ୫୫ ବର୍ଷ ପାଇଁ ୩୧ ଲକ୍ଷ ୬୦ ହଜାର ଏବଂ ୫୮ ବର୍ଷ ପାଇଁ ୩୩ ଲକ୍ଷ ୪୦ ହଜାର ଏବଂ ୬୦ ବର୍ଷ ପାଇଁ ୩୪ ଲକ୍ଷ ୬୦ ହଜାର ଟଙ୍କା ରିଟର୍ଣ୍ଣ ମିଳିବ। ଏହା ନିବେଶ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇଥିବା ବେଳେ ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ।

ଆହୁରି ପଢ଼ନ୍ତୁ:- ଜଙ୍ଗଲ ଭିତରେ ଛାତ୍ର ଶିକ୍ଷୟତ୍ରୀ ଭିତରେ ଏକଣ ଚାଲିଛି? ଚୁମା ଦିଆନିଆ ସହ କରିଦେଲେ ଏମିତି କାଣ୍ଡ, ଜାଣନ୍ତୁ ପୁରା ଘଟଣା