ନାଲକୋ ପକ୍ଷରୁ ଜାରି ହେଲା ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

 
ନାଲକୋ ଜାରି କଲା ଏକ ବଡ ନିଯୁକ୍ତି ସୁଯୋଗ । ପ୍ରାୟ ୨୭୭ ଖାଲି ପଦବୀ ପାଇଁ ଜାରି ହୋଇଛି ବିଜ୍ଞାପନ । ଓଡ଼ିଶାରେ ଅବସ୍ଥିତ ନାଲକୋ ଅର୍ଥାତ୍ ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ଼ କମ୍ପାନୀରେ ଖାଲି ଥିବା ପଦବୀ ଗୁଡ଼ିକ ପାଇଁ ଏକ ନିଯୁକ୍ତି ସୁଯୋଗ ଜାରି କରିଛି । ନାଲକୋ ଭାରତର ଏକ ନାମୀଦାମୀ କମ୍ପାନୀ ଅଟେ ।

ଯେଉଁଥିରେ ଚାକିରୀ କରିବା ଅନେକ ଲୋକଙ୍କର ସ୍ଵପ୍ନ ରହିଥାଏ । ନାଲକୋ ଚାକିରୀରେ ମିଳୁଥିବା ସୁବିଧା ସୁଯୋଗ ଓ ମାସିକ ବେତନ ମଧ୍ୟ ବେଶ୍ ଆକର୍ଷଣୀୟ ଅଟେ । ତେବେ ବିଳମ୍ୱ ନ କରି ଜାଣି ନିଅନ୍ତୁ କିପରି କରିବେ ଆବେଦନ.....

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମାର୍ଚ୍ଚ ୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଯାହାର ଶେଷ ତାରିଖ ଏପ୍ରିଲ ମାସ ୨ତାରିଖ ରହିଛି । ତେବେ ଜାଣନ୍ତୁ କେଉଁ ପ୍ରାର୍ଥୀ ମାନେ ଏଥି ପାଇଁ ଯୋଗ୍ୟ ଅଟନ୍ତି ଅର୍ଥାତ୍ ଶିକ୍ଷାଗତ ଯୋଗ୍ୟତା କଣ ରହିବା ଦରକାର....

ଏହି ପୋଷ୍ଟ ଗୁଡ଼ିକ ପାଇଁ ଗ୍ରାଜୁଏଟ ଇଞ୍ଜିନିୟର ଯେପରିକି ମେକାନିକାଲ , ଇଲେକ୍ଟ୍ରିକାଲ ଆଦି ପ୍ରାର୍ଥୀ ମାନେ ଏହି ପଦବୀ ନିମନ୍ତେ ଆବେଦନ କରି ପାରିବେ । ପାଖା ପାଖି ୨୭୭ ଟି ଖାଲି ପଦ ଏଥି ପାଇଁ ରହିଛି । ତେବେ ପ୍ରାର୍ଥୀ ମାନେ ଡିଗ୍ରୀ କରିବା ସହିତ ୬୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ତେବେ ଅଧିକ ସୂଚନା ନିମନ୍ତେ ନାଲକୋର ଅଫିସିଆଲ୍ ୱେବ ସାଇଟ mudira.nalco india.co.in କୁ ଭିଜିଟ କରନ୍ତୁ ।