NABARD ରେ ବାହାରିଲା ଚାକିରୀ, ଏମିତି କରନ୍ତୁ ଅନଲାଇନ୍ ଆବେଦନ

 

ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଫର୍‌ ଏଗ୍ରିକଲ୍‌ଚର୍ ଆଣ୍ଡ୍ ରୁରାଲ୍ ଡେଭେଲପ୍‌ମେଣ୍ଟ୍ ରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ପଣ ଯଦି ଇଞ୍ଜିନିୟରିଂରେ ଗ୍ରାଜୁଏସନ କରିଛନ୍ତି ତେବେ NABARD ରେ ଚାକିରି ପାଇବା ପାଇଁ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି। 

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଅନେକ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଜୁଲାଇ ୨୭ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ତାହା ଅଗଷ୍ଟ ୧୫ ତାରିଖରେ ସମାପ୍ତ ହେବ। ସେପ୍ଟେମ୍ବର ୧ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ। 

ଏହି ନିଯୁକ୍ତି ସମ୍ପର୍କରେ ସବିଶେଷ ତଥ୍ୟ ପାଇବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଚେକ୍ କରିପାରିବେ। ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡରେ ଅନେକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। 

 NABARD Recruitment 2024 Apply

ମୋଟ ୧୦୨ଟି ପଦ ଖାଲି ରହିଛି। ଏଥିପାଇଁ ପ୍ରାର୍ଥୀଙ୍କୁ ୮୫୦ ଟଙ୍କାର ଆବେଦନ ଫିସ୍ ଭରିବାକୁ ପଡ଼ିବ। ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି। ପ୍ରାର୍ଥୀମାନେ ମାଷ୍ଟର, ରୁପେ, ଭିଜା ଆଦି ଡେବିଟ କିମ୍ବା କ୍ରେଡିଟ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ୍ ମୋଡ଼ରେ ପେମେଣ୍ଟ କରିପାରିବେ। 

ଚଳିତ ବର୍ଷ ଜୁଲାଇ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ। ନିୟମ ଅନୁସାରେ ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ। ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଷୟରେ ଡିପ୍ଲୋମା, ଡିଗ୍ରୀ, ପିଜି, ପିଜି ଡିପ୍ଲୋମା ଆଦି ରହିଥିବା ଆବଶ୍ୟକ। ସର୍ବନିମ୍ନ ଦରମା ୪୪,୫୦୦ ଟଙ୍କା, ସର୍ବାଧିକ ଦରମା ୧,୦୦,୦୦୦ ଟଙ୍କା ରହିଛି।