ସମୁଦ୍ର ଭିତରେ ବୁଡି କୃଷ୍ଣଙ୍କ ଦ୍ୱାରିକା ନଗରୀ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ, ରାମଙ୍କ ପରେ ହେବକି କୃଷ୍ଣ ମନ୍ଦିର, ଜାଣନ୍ତୁ ପୁରା ଖବର
ଅଯୋଧ୍ୟାରେ ରାମ ମନ୍ଦିର ପରେ ଏବେ ଦ୍ୱାରିକା ରେ ହେବକି କି କୃଷ୍ଣ ମନ୍ଦିର। ପୁଣି ନୂଆକରି ଗଢ଼ି ଉଠିବକି ଦ୍ୱାରିକା ନଗରୀ। ମୋଦୀଙ୍କ ଟାର୍ଗେଟ ରେ ଏବେ ଦ୍ୱାରକା। ପ୍ରଭୁ ଶ୍ରୀ ରାମଲଲା ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପରେ ଦେଶରେ ଯେଉଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ତାହା ହୁଏତ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। ଏଥି ମଧ୍ୟ ରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରିକା ପରିଦର୍ଶନ ସମସ୍ତଙ୍କ ମାନେ ଆଉ ଏକ ଆଶା ଭାରି ଦେଇଛି।
ନରେନ୍ଦ୍ର ମୋଦୀ ସମୁଦ୍ରରେ ବୁଡ଼ି ରହିଥିବା ପ୍ରାଚୀନ ଦ୍ୱାରିକା ମନ୍ଦିରକୁ ଦର୍ଶନ କରିବା ପାଇଁ ନିଜେ ସମୁଦ୍ର ଗର୍ଭକୁ ଯାଇଥିଲେ। ନିଜ ସହିତ ଦ୍ୱାରିକାଦ୍ଦିସଙ୍କ ପାଇଁ ମମୟୂର ପୁଚ୍ଛ ନେଇଥିଲେ। ମୋଦି ସେଠାରୁ ଫେରିବା ପାରେ ନିଜର ଅବିସ୍ମରଣୀୟ ଅନୁଭବ କହିଥିଲେ।
ସେ କହିଥିଲେ ମୁଁ ଯେଉଁ ଆଧ୍ୟାତ୍ମିକତା ସେଠାରେ ଅନୁଭବ କରିଛି ତାହା ମୋ ସହିତ ସାରା ଜୀବନ ରହିବ। ଏପରି ମୁଁ ପୂର୍ବରୁ କେବେ ଅନୁଭବ କରିନଥିଲି। ଭଗବାନ ଶ୍ରୀ କୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
Follow our WhatsApp channel and get all the Latest news
ସୂଚନା ଅନୁଆରେ, ମୋଦୀ ଦୁଇ ଦିନ ଧରି ଗୁଜୁରାଟ ଗ୍ରସ୍ଥରେ ଯାଇଥିଲେ। ସେଠାରେ ସେ ଭାରତର ଦୀର୍ଘତମ ସେତୁ ର ଉଦଘାଟନ କରି। ଦ୍ଵାରକା ନିମନ୍ତେ ଯାତ୍ରା କରିଥିଲେ। ସମୁଦ୍ର ଗର୍ଭକୁ ଯାଇ ସେ ସେଠାରେ ପୂଜା ମଧ୍ୟ କରିଥିଲେ। ଯାହାର ଭିଡିଓ ଓ ଫଟୋ ସବୁ ଆପଣ ସୋସିଆଲ ମିଡିଆରେ ଦେଖିପାରିବେ।