ଦେଖନ୍ତୁ ଭିଡ଼ିଓ: କିପରି ବାପାଙ୍କ ମର ଶରୀର ଉପରେ କାନ୍ଦୁଛନ୍ତି ମିହିର ଦାସଙ୍କ ସାନପୁଅ

 

ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲି ଯାଇଛନ୍ତି ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ। ଦୀର୍ଘ ବର୍ଷ ଧରି ନିଜର ଅଭିନୟ ଦ୍ୱାରା ସେ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ। ତେବେ, ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ବେଳେ ସମସ୍ତଙ୍କ ଆଖିରେ ଆସିଯାଇଛି ଅଶ୍ରୁର ଧାର।

ନିଜର ଅଭିନୟ କ୍ୟାରିଅର ଭିତରେ ସେ ନାୟକ, ଖଳନାୟକ ଠାରୁ ଆରମ୍ଭ କରି ହାସ୍ୟଅଭିନେତା ପର୍ଯ୍ୟନ୍ତ ସମସ୍ତ ଚରିତ୍ର ଗୁଡିକୁ ଅତି ସୁନ୍ଦର ଭାବରେ ପ୍ରତିପାଦିତ କରୁଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାଙ୍କର ଧର୍ମପତ୍ନୀ ସଙ୍ଗୀତା ଦାସ ୨୦୧୦ ମସିହାରେ ମୃତ୍ୟୁ ବରଣ କରିସାରିଛନ୍ତି। ମୃତ୍ୟ ପୂର୍ବରୁ ମିହିର ତାଙ୍କର ଦୁଇ ପୁଅ ଏବଂ ବୋହୂଙ୍କ ସହିତ ରହୁଥିଲେ। ତେବେ,ଦେହାନ୍ତ ପରେ ତାଙ୍କର ପାର୍ଥିବ ଶରୀର ପାଖରେ ସାନ ପୁଅ ଖୁବ ଜୋରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଭିଡ଼ିଓ:-

୧୯୫୯ ଫେବ୍ରୁଆରି ୧୧ ତାରିଖରେ ବାରିପଦାଠାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ମିହିର କଲେଜ ଜୀବନରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଥିଏଟର୍, ସିନେମା ଏବଂ ଟେଲିଭିଜନ ସବୁଥିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ତାଙ୍କର ଦେହାନ୍ତ ପରେ ମିହିରଙ୍କର ପାର୍ଥିବ ଶରୀରକୁ ସତୀଚୌରାଠାରେ ଗାର୍ଡ ଅଫ୍ ଅନର ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ ପୁଅ ଅମ୍ଳାନ ଦାସ ମୁଖାଗ୍ନି ଦେଇଥିଲେ।