ଏଣିକି ବିବାହିତା ମହିଳା ମାନଙ୍କୁ ଆଉ ମିଳିବ ନାହିଁ ଚାକିରୀ, ରିପୋର୍ଟରେ ଖୁଲାସା ପରେ ହଙ୍ଗମା, ଜାଣନ୍ତୁ ପୁରା ଖବର

 

ବିବାହିତା ମହିଳା ମାନଙ୍କୁ ଚାକିରି ଦେଇ ନାହାନ୍ତି ଏହି କମ୍ପାନୀ । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ! ଆନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସର ରିପୋର୍ଟକୁ ଆଧାର କରି ବିଜନେସ ଖବର ଦେଉଥିବା ଇଂରାଜୀ ୱେବସାଇଟ୍ ଲାଇଭମେଣ୍ଟ ଏହି ତଥ୍ୟ ପ୍ରକାଶ କରିଛି । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଲାଇଭମିଣ୍ଟର ରିପୋର୍ଟ ଅନୁସାରେ, ଫକ୍ସକନ୍ ଏବଂ ଆପଲ୍ ଭଳି ବଡ ବଡ କମ୍ପାନିମାନେ ବିବାହିତା ମହିଳା ମାନଙ୍କୁ ନିଯୁକ୍ତି ସୁଯୋଗ ଦେଇ ନାହାନ୍ତି । ହେଲେ ସେପଟେ ମିଣ୍ଟର ଏହି ରିପୋର୍ଟକୁ ଖାରଜ କରିଛି କମ୍ପାନି ।

ଏ ବାବଦରେ ଫକ୍ସନ୍ ଇଣ୍ଡିଆର ପୂର୍ବତନ ଏଚଆର୍ ଏ. ପଲ୍ କହିଛନ୍ତି ଯେ, ବିବାହିତା ମହିଳା ମାନଙ୍କୁ ଚାକିରି ଦେଲେ ସେଥିରେ ଅଧିକ ରିସ୍କ ଥାଏ । କମ୍ପାନୀ ଭାବେ ଯେ, ଏହି ମହିଳା ମାନଙ୍କର ଏକାଧିକ ସମସ୍ୟା ରହିଛି । ଯେଉଁଥି ପାଇଁ କମ୍ପାନୀ କାମରେ ସମ୍ପୁର୍ଣ୍ଣ ଫୋକସ୍ କରି ପାରିବେ ନାହିଁ ।

ଯାହା ଦ୍ୱାରା କମ୍ପାନୀର ଉନ୍ନତିରେ ବାଧା ସୃଷ୍ଟି ହୋଇପାରେ । ତେବେ କମ୍ପାନୀର କହିବା ଅନୁସାରେ କମ୍ପାନୀର କେତେ ଗୁଡିଏ ଗୁରୁତ୍ବପୂର୍ଣ୍ଣ ପୋଷ୍ଟ ପାଇଁ କମ୍ପାନୀ ବିବାହିତା ମହିଳା ମାନଙ୍କୁ ନିଯୁକ୍ତି ଦେଇ ନଥାନ୍ତି । କମ୍ପାନୀ ଏହା ମଧ୍ୟ କହିଛି କି ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ।