ଅଟୋ ଚାଳକ ସହିତ ଫେରାର ହୋଇଯାଇଥିଲା ସ୍ତ୍ରୀ, ଟଙ୍କା ସରିଯିବାରୁ ସ୍ୱାମୀ ପାଖକୁ ପୁଣି ଫେରିଲା ଆଉ ତା ପରେ….

 

ଟଙ୍କା ସରିଯିବା ପରେ କୋଟିପତି ସ୍ୱାମୀ ପାଖକୁ ଫେରିଆସିଲା ସ୍ତ୍ରୀ। କିଛି ଦିନ ତଳେ ଘରୁ ୪୭ ଲକ୍ଷ ଟଙ୍କା ନେଇ ଅଟୋ ଚାଳକ ସହିତ ଫେରାର ହୋଇଯାଇଥିବା ଏହି ମହିଳା ଜଣକ ସୋମବାର ଦିନ ପୁଣି ଥରେ ନିଜ ସ୍ୱାମୀଙ୍କ ପାଖକୁ ଫେରି ଆସିଥିବା ଜଣାଯାଇଛି। ମଧ୍ୟ ପ୍ରଦେଶର ଇନ୍ଦୋର ଠାରେ ଏହିପରି ଏକ ଘଟଣା ଘଟିଥିବା ବେଳେ ମହିଳା ଜଣକ ପୋଲିସ ପାଖରେ ନିଜର ବୟାନ ରେକର୍ଡ କରିଛନ୍ତି।

ଅକ୍ଟୋବର ୧୩ ତାରିଖରେ ଖ୍ୱଜରନା ଅଞ୍ଚଳର ଜଣେ ଜମି ବ୍ୟବସାୟୀଙ୍କ ପତ୍ନୀ ନିଜ ଠାରୁ ୧୩ ବର୍ଷ ସାନ ଜଣେ ଅଟୋ ଚାଳକ ସହ ଘରୁ ୪୭ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଥିଲେ। ଅଟୋ ଚାଳକ ଜଣକ ଏହି ଟଙ୍କା ମଧ୍ୟରୁ ୩୪ ଲକ୍ଷ ନିଜ ସାଙ୍ଗ ପାଖରେ ଲୁଚାଇ ରଖିଥିବା ବେଳେ ପୋଲିସ ଏହାକୁ ତଦନ୍ତ ସମୟରେ ଜବତ କରିଥିଲା। ସେବେଠାରୁ ମହିଳା ଏବଂ ତାଙ୍କ ପ୍ରେମିକକୁ ଗିରଫ କରିବାକୁ ପୋଲିସ ଅନେକ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସଫଳ ହୋଇନଥିଲା।

ତେବେ, ସୋମବାର ଦିନ ଫେରାର ମହିଳା ଜଣକ ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ନିଜ ସ୍ୱାମୀଙ୍କ ପାଖକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଥିବା କହିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫେରାର ସ୍ତ୍ରୀକୁ ପୁଣି ଥରେ ତାଙ୍କ ସ୍ୱାମୀ ଗ୍ରହଣ କରିନେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ସ୍ୱାମୀ ମାରପିଟ୍ କରୁଥିବାରୁ ସେ ଅଟୋ ଚାଳକ ସହିତ ଫେରାର ହୋଇଯାଇଥିବା ମହିଳା ଜଣକ କହିଛନ୍ତି।