୨ ଝିଅକୁ ପ୍ରେମକରି ଫସିଗଲେ ଯୁବକ, ବାହା ହେବାକୁ ଅଡ଼ି ବସିଲେ ୨ ପ୍ରେମିକା, ଏମିତି ହେଲା ସମାଧାନ

 

ଆପଣ ଲଭ୍ କିମ୍ବା ଆରେଞ୍ଜ ମ୍ୟାରେଜ୍ ବିଷୟରେ ତ ନିଶ୍ଚିତ ଭାବରେ ଜାଣିଥିବେ। କିନ୍ତୁ, ଏକ ବିବାହ ଟସ୍ ସାହାଯ୍ୟରେ ଠିକ ହେବା ନେଇ କେବେ ଶୁଣିଛନ୍ତି କି? କଥାଟି ଶୁଣିଲେ ବିଶ୍ୱାସ ହେଉନଥିଲେ ହେଁ ଏହିପରି ଏକ ଅଜବ ଘଟଣା କର୍ଣ୍ଣାଟକର ଅଲୁର୍ ଜିଲ୍ଲାରେ ଘଟିଛି। ଏଠାରେ ଜଣେ ଯୁବକଙ୍କୁ ବିବାହ କରିବା ପାଇଁ ଦୁଇ ଜଣ ଯୁବତୀ ଟସ୍ ର ସହାୟତା ନେଇଥିବା ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାଇ ଯୁବକଙ୍କ ବାହାଘର ଦିନ ଉଭୟ ଯୁବତୀ ତାଙ୍କ ଗାଁରେ ପହଞ୍ଚି ବିବାହ କରିବାକୁ ଜିଦ୍ ଧରିଥିଲେ। ଏପରିକି ଦୁହେଁଙ୍କ ମଧ୍ୟରୁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ। ଗାଁ ଲୋକେ ଏଥିରେ ହସ୍ତକ୍ଷେପ କରିଥିଲେ ହେଁ ଘଟଣାର କୌଣସି ସମାଧାନ ହୋଇ ପାରିନଥିଲା। ଶେଷରେ ଗାଁ ଲୋକେ ଏବଂ ଉଭୟ ଯୁବତୀଙ୍କ ସମର୍ଥନରେ ଯିଏ ଟସ୍ ଜିତିବ ସେ ବଧୂ ସାଜିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ତେବେ, ଟସ୍ ହେବାପରେ ଯାହା ନିଷ୍ପତ୍ତି ହେବ ତାହା ସମସ୍ତେ ମାନିବେ ବୋଲି ଏକ ବଣ୍ଡ ପେପର୍ ରେ ଉଭୟ ଯୁବତୀ ଏବଂ ଯୁବକ ଦସ୍ତଖତ କରିଥିଲେ। କିନ୍ତୁ, ଏହାପରେ ଘଟଣାରେ ଆଉ ଏକ ଟ୍ଵିଷ୍ଟ ଆସିଥିଲା। ଟସ୍ ପଡ଼ିବା ପୂର୍ବରୁ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କୁ କୁଣ୍ଢାଇ ଧରିଥିଲେ। ଏହାଦେଖି ଅନ୍ୟ ଯୁବତୀ ଜଣକ ପ୍ରେମିକକୁ ଚାପୁଡ଼ା ମାରିବା ସହ ସେଠାରୁ ପଳାଇ ଯାଇଥିଲେ। ଯେଉଁଥିପାଇଁ ଆଉ ଟସ୍ କରିବାକୁ ପଡିନଥିଲା।