ସତ ହେବ ମାଳିକା ବଚନ, ବାଇଶି ପାହାଚେ ଖେଳିବ ମୀନ! ଆସନ୍ତା ୯ ବର୍ଷ ମଧ୍ୟରେ ବୁଡିବାକୁ ଯାଉଛି ଏହି ସବୁ ପ୍ରମୁଖ ସହର, ଜାଣନ୍ତୁ ପୂରା ଖବର

 

ଆଁ ମେଲାଇ ବସିଛି ସମୁଦ୍ର, ଆସନ୍ତା କିଛି ବର୍ଷ ମଧ୍ୟରେ ଗିଳିଦେବ ଅନେକ ବଡ଼ ସହର। ସତ ହେବକି ମାଳିକା ବଚନ? ବହୁ ପୂର୍ବରୁ ମାଳିକାରେ ବିଶ୍ୱର ଧ୍ୱଂସ ହେବା ବିଷୟରେ ବର୍ଣ୍ଣନା କରାଯାଇଥିବା ବେଳେ ଏବେ ଏହା ସତ ପ୍ରମାଣିତ ହେବାକୁ ଯାଉଛି। ବୈଜ୍ଞାନିକ ମାନଙ୍କ ଗବେଷଣା ଅନୁଯାଇ ଆସନ୍ତା ୯ ବର୍ଷ ଭିତରେ ବିଶ୍ୱର ଅନେକ ଉପକୂଳବର୍ତ୍ତି ସହର ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହେବାକୁ ଯାଉଛି।

ବିଶ୍ୱର ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ମାନଙ୍କ ମତରେ ଆସନ୍ତା ୯ ବର୍ଷ ଅର୍ଥାତ ୨୦୩୦ ମସିହା ଭିତରେ ବିଶ୍ୱର ପ୍ରାୟ ୫୦ ଟି ଉପକୂଳବର୍ତ୍ତି ସହର ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଯିବ। କ୍ଲାଇମେଟ୍ ସେଣ୍ଟ୍ରାଲ ନାମକ ଏହି ରିସର୍ଚ୍ଚ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଗବେଷଣା ଅନୁଯାଇ ଏହି ୫୦ ସହର ମଧ୍ୟରେ ଭାରତର ପ୍ରମୁଖ ସହର ଯଥା ମୁମ୍ବାଇ, ନାଭି ମୁମ୍ବାଇ, କଲିକତା, କୋଚି ଏବଂ ପୁରୀ ମଧ୍ୟ ସାମିଲ ଅଛି।

ବହୁ ପୂର୍ବରୁ ମାଳିକା ବଚନରେ ପୁରୀ ସମ୍ପୂର୍ଣ୍ଣ ଭାବରେ ଜଳ ଗର୍ଭରେ ଲୀନ ହୋଇଯିବ ବୋଲି ଆକଳନ କରାଯାଇଥିବା ବେଳେ ଏବେ ବିଜ୍ଞାନ ଅନୁଯାଇ ମଧ୍ୟ ଏହା ସତ ହେବାକୁ ଯାଉଛି। ବିଗତ ୨୦ ବର୍ଷ ଭିତରେ ଲଗାତାର ହେଉଥିବା ଭୟଙ୍କର ସାମୁଦ୍ରିକ ଝଡ ମଧ୍ୟ ସମାନ କଥାବସ୍ତୁ ଆଡକୁ ଇଙ୍ଗିତ କରୁଛି। ପ୍ରଧୂସନ ଏବଂ ବଢୁଥିବା ତାପମାନ ହେତୁ ଆଣ୍ଟ୍ରାକ୍ଟିକାରେ ଲଗାତାର ବଡ଼ ବଡ଼ ବରଫ ଖଣ୍ଡ ତରଳିବାକୁ ଲାଗୁଥିବାରୁ ସମୁଦ୍ରର ଜଳସ୍ଥର ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ, ଆଗାମୀ ଦିନରେ ଏହାକୁ ଯଦି ରୋକା ନ ଯାଏ ତେବେ ମାଳିକା ବଚନ ଯେ ଦିନେ ସତ ସାବ୍ୟସ୍ତ ହେବ ତାହା ନିଶ୍ଚିତ ଅଟେ।