ଦେଖନ୍ତୁ ଭିଡ଼ିଓ: ଏମିତି ବି ଆସେ ମୃତ୍ୟୁ! ଖବରକାଗଜ ପଢୁ ପଢୁ ଟଳି ପଡ଼ିଲେ ଏହି ବ୍ୟକ୍ତି….

 

କାହାପାଇଁ ମୃତ୍ୟୁ କେତେବେଳେ ଓ କେଉଁ ସମୟରେ ଆସିଯିବ ତାହା କେହି ଆକଳନ କରି ପାରିବେନାହିଁ। ଏହିପରି ଏକ ଘଟଣା ଦିଲୀପ କୁମାର ନାମକ ଜଣେ ବ୍ୟକ୍ତିଙ୍କ ସହିତ ଘଟିଛି। ଦିଲୀପ ଖବର କାଗଜ ପଢ଼ୁଥିବା ବେଳେ ତାଙ୍କର ଜୀବନ ଦୀପ ଲିଭି ଯାଇଛି। ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡ଼ିଓରେ ଦିଲୀପ ରାଜସ୍ଥାନର ବାଡ଼ମେରରେ ଥିବା ଏକ ଡେଣ୍ଟାଲ କ୍ଲିନିକକୁ ଯାଇଥିବା ଦେଖିବାକୁ ମିଳୁଛି। ସେଠାରେ ଭିଡ଼ ଥିବାରୁ ସେ ୱେଟିଂ ହଲରେ ଖବର କାଗଜ ପଢୁଛନ୍ତି। ତେବେ, ଠିକ୍ ସେହି ସମୟରେ ହିଁ ତାଙ୍କୁ ହୃଦଘାତ ଆସୁଛି ଏବଂ ସେ ଟଳି ପଡୁଛନ୍ତି। ମିଳିଥିବା ସୂଚନା ଅନୁଯାଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।