ଦେଖନ୍ତୁ ଭିଡ଼ିଓ: କରୋନା ରେ ବାପା ମା ଚାଲିଗଲା ପରେ, ମୃତ୍ୟୁ ର କିଛି ସମୟ ପୂର୍ବରୁ ନିଜ ଭଉଣୀ କୁ ନେଇ ଏପରି ହୃଦୟଥରା କଥା କହିଲେ ଏହି ଯୁବକ….

 

ବର୍ତ୍ତମାନ ଦିନକୁ ଦିନ ଭାରତ ରେ କରୋନା ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଲୋକଙ୍କ ପାଇଁ ସଙ୍କଟ ହୋଇଥିବା ବେଳେ ଡାକ୍ତରଖାନାରେ ଅମ୍ଳଜାନ ର ଅଭାବ ରୋଗୀ ମାନଙ୍କ ମନରେ ନୂତନ ଭୟ ସଂଚାର କରିଛି।

ତେବେ ବର୍ତ୍ତମାନ ସମୟରେ ଲଗାତାର କରୋନା ଜନିତ ମୃତ୍ୟୁ ଏବଂ ଏହାକୁ ନେଇ ବିଭିନ୍ନ ପ୍ରକାର ଦୟନୀୟ ଦୃଶ୍ୟ ସାମ୍ନା କୁ ଆସୁଛି। ଏବେ ମଧ୍ୟପ୍ରଦେଶ ରୁ ଏହିଭଳି ଏକ ଦୁଃଖଦ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଟି କରିଥିବା ଅନିଲ ସାହାଣୀ ଜଣେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ଡାକ୍ତରଖାନାରେ ଏହି ରୋଗ ସହ ସଂଗ୍ରାମ କରୁଥିବା ବେଳେ ଏହି ଭିଡ଼ିଓଟିକୁ ସେୟାର କରିଥିଲେ।

Video credit : K News Odisha

ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ ଅନିଲ ନିଜର ପିତା ମାତାଙ୍କୁ ଏହି ରୋଗରେ ହରାଇ ସାରିଥିବା ବେଳେ ତାଙ୍କର ସାନ ଭଉଣୀ କୁ ନେଇ ସେ ଚିନ୍ତିତ ଥିଲେ। ଏହି ଭିଡ଼ିଓରେ ଅନିଲ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ୍ ଙ୍କୁ ତାଙ୍କର ଜୀବନ ବଞ୍ଚାଇ ଦେବାକୁ ନିବେଦନ କରୁଥିବାର ଦେଖିବାକୁ ମିଳିଥିଲା। ସେ ମରିଗଲେ ତାଙ୍କ ୨୦ ବର୍ଷୀୟା ଭଉଣୀ ଅନାଥ ହୋଇଯିବ ବୋଲି ସେ କାନ୍ଦି କାନ୍ଦି କହୁଥିବାର ଦେଖା ଯାଇଥିଲା। ତେବେ ଦୁର୍ଭାଗ୍ୟ ବଶତଃ ଅନିଲଙ୍କର ଭିଡ଼ିଓ କରିବାର ପରଦିନ ହିଁ ମୃତ୍ୟୁ ହୋଇଯାଇଥିଲା।