ହାତଛଡା କରନ୍ତୁ ନାହିଁ ଏହି ବଡ଼ ସୁଯୋଗ, IOCL ଆଣୁଛି ୪୯୦ଟି ପୋଷ୍ଟ ର ନିଯୁକ୍ତି, ଏମିତି କରନ୍ତୁ ଆବେଦନ

 

ଚାକିରୀ ଅଶାୟୀମାନଙ୍କ ପାଇଁ ଆସିଲା ଖୁସି ଖବର! IOCL ଆଣି ଦେଇଛି ବଡ଼ ନିଯୁକ୍ତି ସୁଯୋଗ। ଏହି ପ୍ରକ୍ରିୟାରେ ୪୯୦ଟି ପୋଷ୍ଟ ପୂରଣ ହେବାକୁ ଯାଉଅଛି। ଟେକ୍ନିସିଆନ୍, ଟ୍ରେଡ୍ ଆପ୍ରେଣ୍ଟିସ୍ / ଆକାଉଣ୍ଟସ୍ ଏକ୍‌ଜିକ୍ୟୁଟିଭ୍ / ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ (ବୈଷୟିକ ଏବଂ ଅଣ-ଯାନ୍ତ୍ରିକ) ସହିତ ବିଭିନ୍ନ ଟ୍ରେଡ୍ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। 

ଏଥିପାଇଁ ଆଗ୍ରହୀ ପ୍ରାର୍ଥୀମାନେ https://iocl.com/apprenticeships# କୁ ଯାଇ ଆବେଦନ କରିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୫ ଅଗଷ୍ଟ, ୨୦୨୩ ଠାରୁ ଏଥିପାଇଁ ଆପଣ ଆବେଦନ କରି ପାରିବେ ଏବଂ ଏହା ୧୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଜାରି ରହିବ। ପଦବୀ ସଂଖ୍ୟା:- UR ପ୍ରାର୍ଥୀ: ୨୨୬ଟି ପୋଷ୍ଟ୍, EWS ପ୍ରାର୍ଥୀ: ୪୯ଟି ପୋଷ୍ଟ୍, SC ପ୍ରାର୍ଥୀ: ୭୨ଟି ପୋଷ୍ଟ୍, ST ପ୍ରାର୍ଥୀ: ୧୫ଟି ପୋଷ୍ଟ୍, OBC ପ୍ରାର୍ଥୀ: ୧୨୮ଟି ପୋଷ୍ଟ୍ ରହିଛି।

ଆବେଦନ ପାଇଁ ପ୍ରାର୍ଥୀଙ୍କୁ ୧୮ ବର୍ଷ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଯୋଗ୍ୟତା ଦେଖିବାକୁ ଗଲେ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦ ପାଇଁ ଦଶମ ପାସ୍ ବାଧ୍ୟତାମୂଳକ ଅଟେ। ଏହା ସହିତ ପ୍ରାର୍ଥୀମାନେ ମଧ୍ୟ ସମ୍ପୃକ୍ତ ବିଷୟରେ ITI ଡିଗ୍ରୀ ହାସଲ କରିଥିବା ଉଚିତ। ସେହିଭଳି ଭାବରେ ଡିପ୍ଲୋମା ଆପ୍ରେଣ୍ଟିସ୍ ପଦ ପାଇଁ ପ୍ରାର୍ଥୀଙ୍କର ସମ୍ପୃକ୍ତ ବିଷୟରେ ତିନି ବର୍ଷର ଡିପ୍ଲୋମା ରହିଥିବା ଆବଶ୍ୟକ।

ଆବେଦନ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏହାର ଅଫିସିଆଲ୍ ୱେବସାଇଟ୍ www.iocl.com/apprenticeships କୁ ଯିବାକୁ ହେବ। Career Section କୁ ଯାଇ ଏଠାରେ ଥିବା Recruitment Link ଉପରେ କ୍ଲିକ୍ କରନ୍ତୁ। ଫର୍ମ ପୂରଣ କରିବା ସହିତ, ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ, ଡାଉନ୍‌ଲୋଡ୍ କରନ୍ତୁ ଓ ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ ଆଉଟ୍ କାଢନ୍ତୁ। ଚୟନ ପ୍ରକ୍ରିୟାରେ ଆପଣଙ୍କୁ ଅନଲାଇନ୍ ପରୀକ୍ଷା ଦେବାକୁ ହେବ, ପରୀକ୍ଷା CBT ମୋଡରେ ହେବାକୁ ଥିବାବେଳେ ପ୍ରଶ୍ନପତ୍ର MCQ ରହିବ।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ପାର୍କ ଭିତରେ ୨ ସ୍କୁଲ ଝିଅ ସହ ରାସଲୀଳା କରୁଥିଲା ଜଣେ ପୁଅ, ଲୋକେ ଦେଖି ଫିଙ୍ଗିଲେ ଚପଲ