ଗୋଲାପୀ ପ୍ୟାଡ୍ ଭିତରେ ମୁନମୁନ ଧଳା କାଗଜରେ ମୋଡ଼ି ଲୁଚେଇଥିଲେ ସବୁଜ MDMA ଡ୍ରଗ ବଟିକା, ଦେଖନ୍ତୁ ଭିଡ଼ିଓ

 

ଜାହାଜ ଭିତରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ଚଢ଼ଉ ସମୟରେ ଶାହରୁଖ ଖାଁଙ୍କ ସମେତ ଅନେକ ହାଇଫାଇ ଯୁବକ ଯୁବତୀଙ୍କ ଗିରଫ କରିଛି ପୋଲିସ। ଏନସିବିର ଖୋଳତାଡ଼ ପରେ ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟିରେ ସାନିଟାରୀ ପ୍ୟାଡ଼ ଭିତରୁ ଡ୍ରଗ୍ସ ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳୁଛି।

ମିଳିଥିବା ଖବର ଅନୁଯାଇ ଉକ୍ତ ଡ୍ରଗ୍ସ ଆର୍ଯ୍ୟନ ଖାଁଙ୍କ ସାଙ୍ଗ ମୁନମୁନ ଧମେଚାଙ୍କର ବୋଲି ଜଣାପଡ଼ିଛି। ଯେଉଁ ସାନିଟାରୀ ପ୍ୟାଡ଼ ଭିତରୁ ଡ୍ରଗ୍ସ ମିଳିଥିଲା ତାହା ମୁନମୁନଙ୍କର ବ୍ୟାଗରେ ଥିଲା ବୋଲି ଏନସିବି ପକ୍ଷରୁ କୁହାଯାଇଛି। ଫଳରେ ମୁନମୁନ ମଧ୍ୟ ପୋଲିସ ଜାଲରେ ଫସି ଯାଇଛନ୍ତି, ତାଙ୍କୁ ବର୍ତ୍ତମାନ ବାଇକୁଲା ସ୍ଥିତ ମହିଳା ଜେଲ୍ ରେ ଭର୍ତ୍ତି କରାଯାଇଛି।

ଗୋଟିଏ ପଟେ ପୋଲିସ ଆଖିରେ ଧୂଳି ଦେବାପାଇଁ ମୁନମୁନ ସାନିଟାରୀ ପ୍ୟାଡ଼ ଭିତରେ ଏମଡିଏମଏ ପିଲ୍ ନେଇଯାଇଥିବା ଏନସିବି ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ, ଏପରି ଅଭିଯୋଗକୁ ମୁନମୁନଙ୍କ ପରିବାର ଲୋକେ ଖଣ୍ଡନ କରିଛନ୍ତି। ମୁନମୁନଙ୍କ ଭାଇଙ୍କ କହିବା ମୁତାବକ ତାଙ୍କ ଭଉଣୀ କିଛି ଦୋଷ କରିନାହାନ୍ତି ବରଂ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚାଯାଇଛି। ତେବେ, ଏନସିବିର ଜଣେ ମହିଳା ଅଧିକାରୀ ଯାଞ୍ଚ କରିବା ସମୟରେ ଏହି ଡ୍ରଗ୍ସ ଜବତ ହେବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡ଼ିଓ:-