ସହାୟତା ରାଶିକୁ ନେଇ ବିବାଦ, ଭାଗ ହେଲା ଟଙ୍କା ବାପା ମା’ଙ୍କ ଅପେକ୍ଷା ସ୍ତ୍ରୀ ପାଇଲେ ଅଧିକ ଏତେ ଲକ୍ଷ ଟଙ୍କା
ଏପଟେ ବାପା ମାଆ ଆଉ ଅନ୍ୟ ପଟେ ସ୍ତ୍ରୀ ! କାହାକୁ ମିଳିବ ଟଙ୍କା ? ଏହାକୁ ନେଇ ଦେଖିବାକୁ ମିଳିଛି ଅନେକ ବାଦ ବିବାଦ । ତେବେ ଆମେ ଏଠାରେ ଆପଣଙ୍କୁ ସହିଦ ଅଂଶୁମାନଙ୍କ କଥା କହିବାକୁ ଯାଉଛୁ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଆପଣ ସହୀଦ ଯବାନ ଅଂଶୁମାନ ସିଂହଙ୍କ କଥା ତ ଶୁଣିଥିବ । ଅଂଶୁମାନ ଆର୍ମିରେ ଏକ ଡାକ୍ତର ଭାବେ ନିଯୁକ୍ତ ହୋଇଥିଲେ । ସିଆଚିନରେ ଫାୟାର୍ ଆକ୍ସିଡେଣ୍ଟ ରେ ଅଫିସରଙ୍କୁ ବଞ୍ଚାଇବା ସମୟରେ ସେ ସହିଦ ହୋଇ ଯାଇଥିଲେ ।
ବାହାଘରର ମାତ୍ର ପାଞ୍ଚ ମାସ ପରେ ଘଟି ଯାଇଥିଲା ଏପରି । ଅଂଶୁମାନ ଜୁଲାଇ ୨୦୨୩ରେ ସହିଦ ହୋଇଥିଲେ । କିନ୍ତୁ ନିକଟରେ ତାଙ୍କ ନାମରେ ତାଙ୍କ ସ୍ତ୍ରୀ ଶ୍ରୁତିଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା କୀର୍ତ୍ତି ଚକ୍ର ପ୍ରଦାନ କରା ଯାଇଛି । ଏହା ସହ ତାଙ୍କୁ ୧ କୋଟିର ସହାୟତା ରାଶି ମଧ୍ୟ ପ୍ରଦାନ କରା ଯାଇଛି ।
କିନ୍ତୁ ଏହି ରାଶିକୁ କିଏ ନେବ ? ଅଂଶୁମାନଙ୍କ ବାପା ମା ନା ସ୍ତ୍ରୀ ଶ୍ରୁତି ? ଏହାକୁ ନେଇ ଅନେକ ବାଦ ବିବାଦ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏଥିରେ ପୂର୍ଣ୍ଣଛେଦ ପଡିଛି । ଟଙ୍କାକୁ ଦୁହିଁଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆ ଯାଇଛି । ବାପା ମା ୫୦ ଲକ୍ଷ ପାଇଥିବା ବେଳେ ସ୍ତ୍ରୀ ମଧ୍ୟ ୫୦ ଲକ୍ଷ ଟଙ୍କା ପାଇଛନ୍ତି ।
ଏହା ସହ ଆର୍ମି କମାଣ୍ଡୋର ନିର୍ଦ୍ଦେଶ କ୍ରମେ ଅଂଶୁମାନଙ୍କ ସ୍ତ୍ରୀ ହିଁ ଆଗକୁ ପେନସନ ପାଇବେ କାରଣ ଅଂଶୁମାନ ତାଙ୍କ ସ୍ତ୍ରୀଙ୍କୁ ହିଁ ତାଙ୍କର ନୋମିନ ରଖିଛନ୍ତି ।
କିନ୍ତୁ ଏହା ମଧ୍ୟରେ ଅଂଶୁମାନଙ୍କ ବାପା ମା ତାନକ ସ୍ତ୍ରୀ ଶ୍ରୁତିଙ୍କ ନାମରେ ଅଭିଯୋଗ ଆଣିଛନ୍ତି କି ଯେ, ଶ୍ରୁତି ସମସ୍ତ ପଇସା ନେଇ ତାଙ୍କ ବାପ ଘରକୁ ଚାଲି ଯାଇଛନ୍ତି ।
ଏପରିକି କୀର୍ତ୍ତି ଚକ୍ର ମଧ୍ୟ ନେଇ ଯାଇଛନ୍ତି ଯାହା ଫଳରେ ସେମାନେ ତାଙ୍କ ପୁଅ ପାଖରେ ଏହି ଚକ୍ର ମଧ୍ୟ ଚଢାଇ ପାରି ନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।