ଲକ୍ଷ୍ମୀକାନ୍ତ ଦୀକ୍ଷିତ କିଏ? ଯିଏ କରିବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା, ଛତ୍ରପତି ଶିବାଜୀଙ୍କ ସହ ରହିଛି କନେକ୍ସନ, ଜାଣନ୍ତୁ ପୁରା ଖବର

 
ଜାନୁୟାରୀ ୨୨ ରେ ପ୍ରତିଷ୍ଠା ହେବାକୁ ଯାଉଛି ଦିବ୍ୟ ପୁରୁଷ ଶ୍ରୀ ରାମ ଚନ୍ଦ୍ରଙ୍କର ମନ୍ଦିର ଉତ୍ତର ପ୍ରଦେଶର ଅଯୋଧ୍ୟାରେ , ଯାହା ହେଉଛି ପ୍ରଭୁଙ୍କର ଜନ୍ମ ଭୂମି ଓ କର୍ମ ଭୂମି । ଯେତେବେଳେ ମନ୍ଦିର କଥା ଉଠେ ସେତେବେଳେ ଅନ୍ୟ ଜଣଙ୍କର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ହୋଇଯାଏ । ସେ ଜଣଙ୍କ ହେଉଛନ୍ତି ମନ୍ଦିରର ପୁଜାରୀ । 

ତେବେ କଣ ଆପଣ ଜାଣନ୍ତି ରାମ ମନ୍ଦିରର ମୁଖ୍ୟ ପୁଜାରୀ ଭାବେ କାହାକୁ ଚୟନ କରା ଯାଇଛି ? ଏବଂ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାହା ହାତରେ ହେବାକୁ ଯାଉଛି ?

Follow our WhatsApp channel and get all the Latest news

WhatsApp Channel (Join Now) Join Now

ରାମ ମନ୍ଦିର ପ୍ରତିଷ୍ଠା ସମୟରେ ଗର୍ଭ ଗୃହରେ ୫ ଜଣ ବ୍ରାହ୍ମଣ ପଣ୍ଡିତ ରହିବାର ବ୍ୟବସ୍ଥା ରହିଛି । ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଜଣେ ମହାନ୍ ପଣ୍ଡିତ ଅଟନ୍ତି । ଯାହାଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କରିବାର ସୌଭାଗ୍ୟ ମିଳିଛି । କେବଳ ସେତିକି ନୁହେଁ ତାଙ୍କୁ ମନ୍ଦିରର ମୁଖ୍ୟ ପୂଜାରୀ ଭାବେ ଚୟନ କରା ଯାଇଛି ।

ପ୍ରତିଷ୍ଠା ସମୟରେ ବୈଦିକ ମନ୍ତ୍ର ଉଚ୍ଚାରଣ ବେଳେ ମୋଟ୍ ୧୨୧ ଜଣ ପଣ୍ଡିତ ଉପସ୍ଥିତ ରହିବାର ମଧ୍ୟ ବ୍ୟବସ୍ଥା ରହିଛି । ମନ୍ଦିରର ପ୍ରତିଷ୍ଠାକୁ ନେଇ ବିଶେଷ କାର୍ଯ୍ୟସୂଚୀ ଆପଣା ଯାଇଛି । ଯେଉଁଥି ପାଇଁ ଦେଶର କୋଣ ଅନୁକୋଣରୁ ୧୨୧ ଜଣ ପଣ୍ଡିତଙ୍କ ଟିମ୍ ଗଠନ କରା ଯାଇଛି । ଏହି ଟିମ୍ ରେ କାଶୀର ୪୦ ରୁ ଅଧିକ ବିଦ୍ୱାନ ସାମିଲ୍ ହେବେ ।

ତେବେ ଆସନ୍ତୁ ନଜର ପକାଇବା ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଇତିହାସ ଉପରେ ।

ଦୀକ୍ଷିତ ବିଶେଶ୍ୱର ଦତ୍ତଙ୍କ ବଂଶଧର ଅଟନ୍ତି , ଯେ କି ଗାଗା ଭଟ୍ଟ ନାମରେ ପରିଚିତ । ଗାଗା ଭଟ୍ଟ ୧୬୭୪ ରେ ଛତ୍ରପତି ଶିବାଜିଙ୍କ ରାଜ୍ୟଭିସେକର ଅଧକ୍ଷତା କରିଥିଲେ । ତାଙ୍କ ପୂର୍ବଜ ମାନେ ମହାରାଷ୍ଟ୍ରରେ ରହୁଥିଲେ । ସେ ସମୟରେ ସେମାନେ ଅନେକ ବଡ଼ ବଡ଼ ଯଜ୍ଞ , ପୁଜାର୍ଚନା , ଧାର୍ମିକ ଅନୁଷ୍ଠାନ ଆଦି ପ୍ରତିଷ୍ଠା କରିଥିଲେ ।